ନକାରାତ୍ମକ ଶକ୍ତି ଦୂର କରେ ଲବଙ୍ଗ

ଲବଙ୍ଗ ସ୍ୱାସ୍ଥ୍ୟ ପକ୍ଷେ ହିତକାରୀ। ଏଥିରେ ରହିଥିବା ଔଷଧୀୟ ଗୁଣ ଅନେକ ରୋଗର ଉପଶମ କରିଥାଏ। ରୋଷେଇରେ ବି ହୁଏ ଲବଙ୍ଗର ବ୍ୟବହାର। କେବଳ ସେତିକି ନୁହେଁ କୁହାଯାଏ ଲବଙ୍ଗ ଘରୁ ନକାରାତ୍ମକ ଶକ୍ତିକୁ ଦୂର କରି ସକାରାତ୍ମକ ଶକ୍ତି ଉତ୍ପନ୍ନ କରିଥାଏ। କିନ୍ତୁ ଏହାକୁ ବ୍ୟବହାର କରିବେ କେମିତି ? ଆସନ୍ତୁ ଜାଣିବା।

  • ଶନିବାର କିମ୍ୱା ରବିବାର ସନ୍ଧ୍ୟାରେ ୫ଟି ଲବଙ୍ଗ, ୩ଟି କର୍ପୂର ଓ ୩ଟି ଅଳେଇଚକୁ ଗୋଟିଏ ମାଟି ଅବା ପିତଳ ପାତ୍ରରେ ରଖି ସେଥିରେ ଅଗ୍ନି ସଂଯୋଗ କରନ୍ତୁ। ନିଆଁ ଜଳୁଥିବା ସମୟରେ ଏହାକୁ ଘରର ସବୁ ରୁମ୍‌ରେ ବୁଲାନ୍ତୁ। ପାଉଁଶକୁ ମୁଖ୍ୟ ଦ୍ୱାରରେ ଖେଳେଇ ରଖନ୍ତୁ। ଚାହିଁଲେ ମଧ୍ୟ ଲବଙ୍ଗ ପାଉଁଶରେ ପାଣି ମିଶାଇ ଏହାକୁ ରୁମ୍‌ରେ ଛିଞ୍ଚି ପାରିବେ। ଏସବୁ କରିବା ଦ୍ଵାରା ଘରୁ ଦୂର ହୁଏ ନକାରାତ୍ମକ ଶକ୍ତି।
  • ଶନିବାର ଦିନ ଏକ ତେଲ ଦୀପରେ ତିନି ଚାରୋଟି ଲବଙ୍ଗ ପକାଇ ସେଥିରେ ଅଗ୍ନି ସଂଯୋଗ କରନ୍ତୁ। ଏହାକୁ ଘରର ଏକ ଅନ୍ଧାର କୋଣରେ ରଖି ଦିଅନ୍ତୁ। ଏହାଦ୍ଵାରା ଘରୁ ନକାରାତ୍ମକ ଶକ୍ତିକୁ ଦୂରହୁଏ। ସବୁବେଳେ ଘରେ ରୋଗବେମାର ଲାଗି ରହୁଥିଲେ ତାକୁ ମଧ୍ୟ ଦୂର ହୋଇଥାଏ।
  • ଆପଣ ଯଦି ଘରେ ସୁଖ ସମୃଦ୍ଧି ଚାହୁଁଛନ୍ତି, ତେବେ ଲବଙ୍ଗ ଗଛ ଲଗାନ୍ତୁ।
  • ସର୍ବଦା ନିଜ ପର୍ସରେ କିଛି ଲବଙ୍ଗ ରଖନ୍ତୁ। ଏହାଦ୍ୱାରା ଅନେକ ଲାଭ ମିଳିବ।

ମତାମତ ଦିଅନ୍ତୁ ।