ନବରଙ୍ଗପୁର: କଣ୍ଟେନମେଣ୍ଟ ଜୋନ୍‌ରେ ସାମିଲ ହେଲା ଆଉ ୬ଟି ଅଞ୍ଚଳ

ନବରଙ୍ଗପୁର : ଗତକାଲି ନବରଙ୍ଗପୁର ଜିଲ୍ଲାରେ ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଜିଲ୍ଲାର ଆଉ ୬ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି। ପୂର୍ବରୁ ୧୭ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଥିଲା। ଫଳରେ ଜିଲ୍ଲାରେ କଣ୍ଟେନମେଣ୍ଟ ଜୋନ୍‌ ସଂଖ୍ୟା ୨୩ରେ ପହଞ୍ଚିଛି।

ଖବର ଅନୁଯାୟୀ ରାଇଘର ବ୍ଲକରୁ ୬ ଜଣ ଓ ଝରିଗାଁ ବ୍ଲକରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଏହି କଟକଣା ଲାଗୁ କରିଛି। ରାଇଘର ବ୍ଲକରେ ଗଞ୍ଜାପାରା, ଜଲଙ୍ଗପାରା, ତୁରୁପେନା, ଖାଡେଙ୍ଗା ଓ ମୁଣ୍ଡାପାରା ଗାଁ ଓ ଝରିଗାଁ ବ୍ଲକର ପାରିଆ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି। ଆସନ୍ତା ୬ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।

ମତାମତ ଦିଅନ୍ତୁ ।