ନବ ଦାସ ଝିଅଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଳୀ ଦାସଙ୍କ ନାଁରେ ମାମଲା ରୁଜୁ। ଝାରସୁଗୁଡ଼ା ଟାଉନ୍ ଥାନାରେ ଏତଲା ପରେ ମାମଲା ରୁଜୁ ହୋଇଛି। ପୌର ଅଧିକାରୀ ତଥା କୋଭିଡ୍-୧୯ ମାଜିଷ୍ଟ୍ରେଟଙ୍କ ଅଭିଯୋଗ ପରେ ମାମଲା ରୁଜୁ ହୋଇଛି।

ଦିପାଳୀଙ୍କ ସମେତ ଘଟଣା ଦିନ ଉପସ୍ଥିତ ଅନ୍ୟମାନଙ୍କ ନାଁରେ ବି ମାମଲା ହୋଇଛି। କୋଭିଡ୍ ଗାଇଡ୍‌ଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ଗତ ୨୨ ତାରିଖରେ ଡିଆରଡିଏ କକ୍ଷରେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା। ସେଠାରେ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଙ୍ଘନ ଅଭିଯୋଗ ହୋଇଥିଲା। ଏନେଇ ଝାରସୁଗୁଡ଼ା ଏସ୍‌ପି ରାହୁଲ ପି. ଆର ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।