ନଭେମ୍ବରରେ ‘ମାଲ୍‌ ମହୁ ଜୀବନ ମାଟି ଭାଗ୍ୟର ନୋ ଗ୍ୟାରେଣ୍ଟି’ ମୁକ୍ତିଲାଭ କରିବ

ଭୁବନେଶ୍ଵର : ଏଇ ନଭେମ୍ବର ମାସ ୮ ତାରିଖରେ ‘ମାଲ୍‌ ମହୁ,ଜୀବନ ମାଟି, ଭାଗ୍ୟର ନୋ ଗ୍ୟାରେଣ୍ଟି’ ଫିଲ୍ମ ମୁକ୍ତିଲାଭ କରିବ। ଏଥିରେ ସବ୍ୟସାଚୀ-ଏଲିନାଙ୍କୁ ଦେଖିବାକୁ ମିଳିବ। ଗତବର୍ଷ ଏହି ଯୋଡିକୁ ଦର୍ଶକ ଦୁଇଟି ସିନେମାରେ ଦେଖିଥିଲେ। ଏହି ସିନେମା ହେଲା ‘ଟୋକାଟା ଫସିଗଲା ଏବଂ ଫୋର ଇଡିଅଟସ୍‌’। ଏହାପରେ ଅର୍ଥାତ ‘ମାଲ୍‌ ମହୁ, ଜୀବନ ମାଟି, ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ତୃତୀୟ ଥର ପାଇଁ ସବ୍ୟ-ଏଲିନା ଏକାଠି ଆସୁଛନ୍ତି।

ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ। ସଂଳାପ ଲେଖିଛନ୍ତି ଡ଼ ନିର୍ମଳ ନାୟକ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର୍‌। ଇତିମଧ୍ୟରେ ସିନେମାର ସୁଟିଂ ସରିବା ସହ ପୋଷ୍ଟ ପ୍ରଡକସନ କାମ ଶେଷ ହୋଇଛି।

ମତାମତ ଦିଅନ୍ତୁ ।