ନଭେମ୍ବରରେ ୭ ଓ ଡିସେମ୍ବରରେ ୮ଦିନ ବ୍ୟାଙ୍କ ଛୁଟି

ଭୁବନେଶ୍ଵର : ନଭେମ୍ବର ଓ ଡିସେମ୍ବର ମାସରେ ୧୫ ଦିନ ବ୍ୟାଙ୍କ ଛୁଟି। ନଭେମ୍ବରରେ ୭ ଓ ଡିସେମ୍ବରରେ ୮ଦିନ ବ୍ୟାଙ୍କ ବନ୍ଦ ରହିବ। ନଭେମ୍ବର ୩ ତାରିଖ ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହୁଥିବାବେଳେ ୯ ତାରିଖ ଦ୍ଵିତୀୟ ଶନିବାର, ୧୦ ତାରିଖ ରବିବାର, ୧୨ ତାରିଖ କାର୍ତ୍ତିକ ପୂର୍ଣ୍ଣିମା, ୧୭ ତାରିଖ ରବିବାର, ୨୩ ତାରିଖ ଚତୁର୍ଥ ଶନିବାର ଓ ୨୪ ତାରିଖ ରବିବାର ପ୍ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ।

ସେହିପରି ଡିସେମ୍ବର ୧ ତାରିଖ ରବିବାର। ୮ ତାରିଖ ରବିବାର, ୧୪ ତାରିଖ ଦ୍ଵିତୀୟ ଶନିବାର, ୧୫ ତାରିଖ ରବିବାର, ୨୨ ତାରିଖ ରବିବାର, ୨୫ ତାରିଖ ବଡ଼ଦିନ, ୨୮ ତାରିଖ ଚତୁର୍ଥ ଶନିବାର ଓ ୨୯ ତାରିଖ ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ।

ମତାମତ ଦିଅନ୍ତୁ ।