ନର୍ସଙ୍କୁ ଛୁରୀ ଭୁସି ହତ୍ୟା

ନିଆଳି : କଟକ ଜିଲ୍ଲା ନିଆଳିରେ ନର୍ସଙ୍କୁ ଛୁରୀ ଭୁସି ହତ୍ୟା। ଏହି ଘଟଣା ଘଟାଇଛନ୍ତି ତାଙ୍କ ସ୍ୱାମୀ। ଖବର ଅନୁଯାୟୀ ସମ୍ପୃକ୍ତ ନର୍ସ ଜଣକ ଆଜି କଟକ ସଦର ଥାନା ମହୁରା ପ୍ରାଥମିକ ସ୍କୁଲରେ ଗର୍ଭବତୀ ମହିଳାଙ୍କୁ ଟିକା ଦେବାକୁ ଯାଇଥିଲେ। ଟିକାଦାନ ଚାଲି ଥିବାବେଳେ ନର୍ସଙ୍କ ସ୍ୱାମୀ ସେଠାରେ ପହଞ୍ଚି ନର୍ସଙ୍କୁ ଛୁରୀରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତକୁ ଲୋକମାନେ କବୁକରି ପୋଲିସରେ ଦେଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।