ନର୍ସ ହତ୍ୟା ଘଟଣାରେ ବୟଫ୍ରେଣ୍ଡ ସମେତ ୬ ଅଟକ

ଭୁବନେଶ୍ଵର : ଜଗତସିଂହପୁର ଜିଲ୍ଲା ବିଲୁଆଖାଇ ନଦୀପଠାରୁ ନର୍ସ ନିହାରିକା ପାତ୍ରଙ୍କ ମୃତଦେହ ଗତକାଲି ଉଦ୍ଧାର ହେବା ପରେ ପୋଲିସ୍‌କୁ କିଛି ନୂଆ ତଥ୍ୟ ମିଳିଛି। ହତ୍ୟାକାଣ୍ଡ ପଛରେ ରହିଛି ବୟଫ୍ରେଣ୍ଡ କିଶୋର ଚନ୍ଦ୍ର ଅଞ୍ଚଳ ଓରଫ ରାଜାର ହାତ। ଏହି ସନ୍ଦେହ ବିରିଡ଼ି ପୋଲିସ କିଶୋର ଓ ତାର ବାପା ଓ ୪ ଜଣ ସାଙ୍ଗକୁ ଅଟକ ରଖି ପଚରାଉଚୁରା କରୁଛି।

ସିସିଟିଭି ଫୁଟେଜ୍‌ ଅନୁଯାୟୀ, ଗତ ୮ ତାରିଖ  ଅପରାହ୍ନ ୪ଟାରେ ନିହାରିକା ହସ୍ପିଟାଲରୁ ବାହାରିଥିଲେ। ହସ୍ପିଟାଲ ସମ୍ମୁଖରେ କିଶୋର ଏକ ବାଇକ୍‌ରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା। ସେଥିପାଇଁ ପୋଲିସ କିଶୋରକୁ ଆଣି ଘଟଣାର ଅଧିକ ଖୋଳତାଡ଼ କରୁଛି।

ସୂଚନାଯୋଗ୍ୟ ଯେ ଭୁବନେଶ୍ୱର ବାଲିପାଟଣା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଗାଁର ନିହାରିକା ପାତ୍ର କଟକରେ ଏକ ନର୍ସିଂହୋମ୍‌ରେ ନର୍ସ ଭାବେ କାର୍ଯ୍ୟରତ ଥିଲେ। ସେ କିଛି ଦିନ ହେଲା ନିଖୋଜ ଥିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରି ପାଇନଥିଲେ। ଶେଷରେ ପରିବାର ଲୋକେ ଗତ ୯ ତାରିଖରେ ଝିଅ ନିଖୋଜ ନେଇ କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଝିଅକୁ ଯୋଜନାବଦ୍ଧ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗରେ ଦର୍ଶାଇଥିଲେ। ବିରିଡ଼ି ହାଜିପୁରର ଜଣେ ଯୁବକ ଝିଅକୁ ହତ୍ୟା କରିଥିବା ନେଇ ତାଙ୍କ ମା’ ଥାନାରେ ଅଭିଯୋଗ କରିବାରୁ ଏହାକୁ ଆଧାର କରି ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ମତାମତ ଦିଅନ୍ତୁ ।