ନାବାଳିକାକୁ ୮ ମାସ ଗଣଦୁଷ୍କର୍ମ

ନୂଆଦିଲ୍ଲୀ : ଜଣେ ୭ ବର୍ଷୀୟା ନାବାଳିକା ୮ ମାସ ଧରି ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ମହାରାଷ୍ଟ୍ରର କଲ୍ୟାଣ ଜିଲ୍ଲାରେ ଘଟିଛି ଏପରି ଘଟଣା। ପୀଡ଼ିତା ନିଜ ବାପାମାଆଙ୍କ ଆଗରେ ଏ କଥା କହିବା ପରେ ଘଟଣା ପଦାକୁ ଆସିଛି। ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ ନାବାଳିକା ଜଣକ ନିଜ ସ୍କୁଲ୍‌ ସରିବା ପରେ ଘର ପର୍ଯ୍ୟନ୍ତ ଆସୁଥିବା ଅଟୋକୁ ଅପେକ୍ଷା କରି ସ୍କୁଲ୍‌ ବାହାରେ ଠିଆ ହୁଏ। ୩ ଜଣ ଦୁର୍ବୃତ୍ତ ଅନେକ ଦିନ ଝିଅଟି ଉପରେ ନଜର ରଖିବା ପରେ ଜାଣିବାକୁ ପାଇଲେ ସେ ପ୍ରାୟ ୨୦ ମିନିଟ୍‌ ବାହାରେ ଅପେକ୍ଷା କରୁଛି। ତେଣୁ ସେମାନେ ଯୋଜନା କରି ନାବାଳିକାକୁ ନେଇ ଦୁଷ୍କର୍ମ କରୁଥିଲେ। ଆଉ ଅଟୋ ଆସିବା ପୂର୍ବରୁ ଆଣି ସ୍କୁଲ୍‌ ସାମ୍ନାରେ ଛାଡ଼ିି ଦେଉଥିଲେ। ଦୁଷ୍କର୍ମକାରୀମାନେ ଏପରି କରିବା ପରେ ଝିଅଟିର ବ୍ୟବହାରରେ ପରିବର୍ତ୍ତନ ଆସିବାରୁ ଘରଲୋକ କିଛି ଅନୁମାନ କରି ପଚରାଉଚରା କରିବାରୁ ସେ ବାପାମାଆଙ୍କ ଆଗରେ ସବୁ କଥା କହିଥିଲା। ଗିରଫ ହୋଇଥିଲେ ଅଭିଯୁକ୍ତ।

ମତାମତ ଦିଅନ୍ତୁ ।