ନିଖୋଜ ଲ୍ୟାଣ୍ଡର ବିକ୍ରମର ସନ୍ଧାନ ମିଳିଲା

ନୂଆଦିଲ୍ଲୀ : ଚନ୍ଦ୍ର ପୃଷ୍ଠରେ ଅବତରଣ ପୂର୍ବରୁ ନିଖୋଜ ହୋଇଯାଇଥିବା ‘ଲ୍ୟାଣ୍ଡର ବିକ୍ରମ’ର ସନ୍ଧାନ ମିଳିଛି। କିନ୍ତୁ ଇସ୍ରୋର ଯୋଗାଯୋଗ ସ୍ଥାପିତ ହୋଇପାରି ନାହିଁ। ପୁନଃ ସମ୍ପର୍କ ପାଇଁ ଇସ୍ରୋର ବୈଜ୍ଞାନିକମାନେ ପ୍ରୟାସ ଚଳାଇଛନ୍ତି।

ଇସ୍ରୋ ସୂତ୍ରରୁ ସୂଚନା ମିଳିଛି ଚନ୍ଦ୍ରର କକ୍ଷପଥରେ ଅର୍ବିଟର ଘୂର୍ଣ୍ଣାୟମାନ ଅବସ୍ଥାରେ ରହିଛି। ବିକ୍ରମ ଲ୍ୟାଣ୍ଡର ଗୋଟିଏ ଥର୍ମଲ ଫଟୋ ଉଠାଇଛି ଅର୍ବିଟର। ଏଥିରୁ ‘ଲ୍ୟାଣ୍ଡର ବିକ୍ରମ’ର ଅବସ୍ଥିତିକୁ ଇସ୍ରୋର ବୈଜ୍ଞାନିକମାନେ ଜାଣିପାରିଛନ୍ତି। ତେବେ ଇସ୍ରୋ ସହ ଯୋଗାଯୋଗ ବିଛିନ୍ନ ହେବାପରେ ‘ଲ୍ୟାଣ୍ଡର ବିକ୍ରମ’ର କେଉଁସ୍ଥିତିରେ ରହିଛି ତାହା ଜାଣିବା ପାଇଁ ଇସ୍ରୋର ବୈଜ୍ଞନିକମାନେ ଉଦ୍ୟମ ଚଳାଇଛନ୍ତି। ଏକ ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି ଇସ୍ରୋର ମୁଖ୍ୟ କେ ଶିବମ।

ଉଲ୍ଲେଖଯୋଗ୍ୟ ଗତ ଶନିବାର ରାତି ୧.୩୦ରୁ ୨.୩୦ ମିନିଟ୍‌ ମଧ୍ୟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ସୂକ୍ଷ୍ମ ଅବତରଣ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ‘ଲ୍ୟାଣ୍ଡର ବିକ୍ରମ’ ସହ ଇସ୍ରୋ ଯୋଗାଯୋଗ ବିଛିନ୍ନ ହୋଇଥିଲା।

ମତାମତ ଦିଅନ୍ତୁ ।