ନିଜ ଗାଁ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ସବୁ ପରିବାରକୁ ମିଳିବ୧୦ ଲକ୍ଷ

ନୂଆଦିଲ୍ଲୀ : ନିଜ ପୈତୃକ ଗାଁ ଚିନ୍ତମଡାକା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ଗାଁର ପ୍ରତ୍ୟେକ ପରିବାରକୁ ୧୦ ଲକ୍ଷ ଲେଖାଏଁ ପ୍ରଦାନ କରାଯିବ। ସେମାନେ ନିଜ ଇଚ୍ଛାରେ ଖର୍ଚ କରି ପାରିବେ ବୋଲି କେସିଆର୍‌ କହିଛନ୍ତି ।

କେସିଆର୍‌ ଙ୍କ ପୈତୃକ ଗାଁରେ ସୋମବାର ଆୟୋଜିତ ହୋଇଥିଲା ଏକ ସଭା। ଏଥିରେ ଯୋଗଦେଇ ସେ କହିଛନ୍ତି ଯେ, ମୁଁ ଏ ଗାଁରେ ଜନ୍ମ ହୋଇଛି। ଏହି ପରିପ୍ରେକ୍ଷୀରେ ଗାଁର ୨ ହଜାର ପରିବାରକୁ ଯୋଜନାରେ ଲାଭାନ୍ୱିତ କରିବାକୁ ଚାହୁଁଛି। ଖୁବଶୀଘ୍ର ଲୋକମାନଙ୍କୁ ଘୋଷଣା ମୁତାବକ ଅର୍ଥ ରାଶି ପ୍ରଦାନ କରାଯିବ।

ଅନ୍ୟପକ୍ଷରେ କେସିଆର୍‌ଙ୍କ ଏହି ଘୋଷଣା ଦ୍ୱାରା ରାଜ୍ୟ ରାଜକୋଷ ଉପରେ ପଡ଼ିବ୨ ହାଜର କୋଟି ଟଙ୍କାର ଆର୍ଥିକ ବୋଝ। ଏହା ବିରୋଧରେ ସ୍ଵର ଉଠିଲାଣି। ବିଜେପି ନେତା ପି. ମୂରଲୀଧର ରାଓ କହିଛନ୍ତି କେବଳ ଗୋଟିଏ ଗାଁ କାହିଁକି ସବୁ ଗାଁକୁ ଏହି ଲାଭ ମିଳିବା ଉଚିତ। 

ମତାମତ ଦିଅନ୍ତୁ ।