ନିମାପଡ଼ା: ପଙ୍ଖାରେ ଝୁଲିଥିବା ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ଵର : ପଙ୍ଖାରେ ଝୁଲି ମୃତ୍ୟୁବରଣ କରିଥିବା ଯୁବକ-ଯୁବତୀଙ୍କ ଗଳିତ ମୃତଦେହକୁ ଆଜି ନିମାପଡ଼ା ପୋଲିସ କବାଟ ବନ୍ଦ ଘରୁ ଉଦ୍ଧାର କରିଛି। ସୂଚନା ଘଟଣାଟି ଘଟିଛି ନିମାପଡ଼ା ଥାନା ଅନ୍ତର୍ଗତ ରେଞ୍ଚ ଶାସନ ଗାଁରେ।

ସୂଚନା ଅନୁଯାୟୀ ମୃତ୍ୟୁବରଣ କରିଛନ୍ତି ବିଶ୍ୱଜିତ ମହାନ୍ତି ଓ ଜଣେ ଯୁବତୀ। ବିଶ୍ୱଜିତଙ୍କ ବାପା ପ୍ରମୋଦ ମହାନ୍ତି ଓରଫ ମାଗାଙ୍କ କହିଛନ୍ତି ୫ ଦିନ ପୂର୍ବରୁ ସେ କଟକ ଯାଇଥିଲେ। ଆଜି ଫେରି ଦେଖିଲା ବେଳକୁ କବାଟ ବନ୍ଦଥିବା ଘର ଭିତରୁ ଦୁର୍ଗନ୍ଧ ବାହାରୁଛି। ଏ ସମ୍ପର୍କରେ ସୂଚନା ପାଇ ପୋଲିସ ୨ଟି ଗଳିତ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।

ସ୍ଥାନୀୟ ଲୋକ କହୁଛନ୍ତି ବିଶ୍ୱଜିତ ପ୍ରାୟ ଏକ ମାସ ହେବ ଜଣେ ଯୁବତୀଙ୍କୁ ଆଣି ଘରେ ରଖିଥିଲା। ଏହା ପୂର୍ବରୁ ସେ ନିଜର ସ୍ତ୍ରୀକୁ ଛାଡ଼ି ଦେଇଥିଲା। ଘରେ ରଖିଥିବା ଯୁବତୀଙ୍କୁ ବିବାହ କରିବାକୁ ଯୋଜନା କରିଥିଲା। ମାତ୍ର କେଉଁ କାରଣକୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି, ତାହା ଜଣାପଡ଼ି ନାହିଁ।

ମତାମତ ଦିଅନ୍ତୁ ।