ଶ୍ରମିକଙ୍କୁ ସରକାରୀ ସହାୟତା କରାଇଦେବା ନାଁରେ ଠକେଇ: ୨ ଗିରଫ

ଭୁବନେଶ୍ଵର : ଶ୍ରମ ବିଭାଗ କର୍ମଚାରୀ ବୋଲି ଶ୍ରମକମାନଙ୍କୁ ଠକିଥିବା ଅଭିରାମ ରଣା ଓ କୁନ୍ତି ମାଝୀକୁ ଗୋଲାମୁଣ୍ଡା ପୋଲିସ ଗିରଫ କରିଛି। ସରକାରୀ ସହାୟତା କରାଇଦେବାକୁ କହି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଞ୍ଚଳର ପ୍ରାୟ ୨୦ଟି ଗାଁର ଶତାଧିକ ଶ୍ରମକାମାନଙ୍କ ଠାରୁ ଏ ଦୁହେଁ ୩୦୦ରୁ ୨୫୦୦ଟଙ୍କା ଯାଏଁ ଆଦାୟ କରିଥିବା ଅଭିଯୋଗ ହୋଇଛି। ଅଭିରାମ ଓ କୁନ୍ତି ଲକ୍ଷାଧିକ ଟଙ୍କା ଆଦାୟ କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଥିବା ବେଳେ ଦୁଇଜଣଙ୍କ ଠାରୁ ବହୁ ପରିମାଣର ଶ୍ରମ ବିଭାଗ ଫର୍ମ ଓ ଅନ୍ୟାନ୍ୟ କାଗଜାତ ଜବତ ହୋଇଛି।

ମତାମତ ଦିଅନ୍ତୁ ।