ନିଲାମ ପାଇଁ ଯାଉଥିବା ସନ୍ଦେହରେ୧୬ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ

ନୂଆଦିଲ୍ଲୀ : କୋର୍ବା-ତ୍ରିବେନ୍ଦ୍ରମ ଏକ୍ସପ୍ରେସରୁ ୧୬ ଜଣ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି। ଯୁବତୀଙ୍କୁ ଚାଲାଣ କରାଯାଉଥିବା ଖବର ପାଇବା ପରେ ପୋଲିସ ଏହି ପଦକ୍ଷେପ ନେଇଥିବା ବେଳେ ଟ୍ରେନରୁ ଉଦ୍ଧାର୧୬ ଜଣଙ୍କୁ ଅଟକ ରଖି ପଚରାଉଚାର କରୁଛି।

ଖବର ଅନୁଯାୟୀ ଛତିଶଗଡର ଅଧିକାଂଶ ଜିଲ୍ଲା ଆଦିବାସୀ ପ୍ରବଣ। ତେଣୁ ଏହି ଜିଲ୍ଲାର ଯୁବତୀଙ୍କୁ ବୁଝାଇ ସୁଝାଇ ଟ୍ରେନରେ ଅନ୍ୟ ସ୍ଥାନକୁ ପଠାଯାଇଥାଏ। ସେହପରି ରାଜଗଡ ଜିଲ୍ଲାର ଧର୍ମଜୟଗଡ ବ୍ଲକର ୨୭ଟି ଗାଁରେ ଯୁବତୀଙ୍କ ନିଲାମ ହୋଇଥାଏ। ଏହି କାମ ସେଠା ଦଲାଲମାନେ କରନ୍ତି। ଏହି ଗାଁ ଗୁଡିକୁ ଗମନାଗମନା ସୁବିଧା ନଥିବାରୁ ଦଲାଲମାନେ ଆଦିବାସୀ ଯୁବତୀଙ୍କୁ ନେଇ ବ୍ୟବସାୟ କରିଥାନ୍ତି।

ମତାମତ ଦିଅନ୍ତୁ ।