ନିଶାଖୋର କର୍ମଚାରୀଙ୍କୁ ଧରିବ ମେସିନ୍‌

ଏଣିକି ନିଶା ସେବନକରି ଅଫିସ ଆସୁଥିବା କର୍ମଚାରୀଙ୍କୁ ମେସିନ୍‌ ଧରାଇଦେବ। କଂପାନୀର ଏଚଆରଙ୍କ ନିକଟକୁ ଯିବ ଏ ସମ୍ପର୍କିତ ସୂଚନା। ଚେନ୍ନାଇର ରେମକୋ ନାମକ କଂପାନୀ ଏଭଳି ଏକ ସିଷ୍ଟମ ପ୍ରସ୍ତୁତ କରିଛି। ଏହି ମେସିନ୍‌ କର୍ମଚାରୀଙ୍କ ଚେହେରା ଦେଖି ଜାଣିପାରିବ ନିଶାରେ ଅଛନ୍ତି କି ନାହିଁ । ଆଉ କେତେ ମାତ୍ରାରେ ନିଶାଶକ୍ତ ଅଛନ୍ତି।

ଫେସିଆଲ ରିକଗନିସନ ଆଟେଣ୍ଡାନ୍‌ସ ସିଷ୍ଟମ ଏଭଳି ଏକ ସିଷ୍ଟମ ପ୍ରସ୍ତୁତ କରିଛି କମ୍ପାନୀ। ଏଥିରେ ନିଶ୍ୱାସରୁ ଜଣାପଡିଯିବ ବ୍ୟକ୍ତି ଜଣକ କେତେ ନିଶାରେ ଅଛନ୍ତି। ଏହି ସିଷ୍ଟମରେ ଏଭଳି କୌଶଳ ବ୍ୟବହାର କରାଯାଇଛି, ନିଶାଶକ୍ତ କର୍ମଚାରୀଙ୍କ ମୁହଁ ଦେଖି ତାର ସୂଚନା ତୁରନ୍ତ ଏଚଆରଙ୍କ ନିକଟରେ ପହଞ୍ଚାଇବ। ତେବେ କଂପାନୀର ଦାବି କରିଛି ଏହି ମେସିନ୍‌ ଶତପ୍ରତିଶତ ସଠିକ୍‌ ସୂଚନା ଦେବ। ଏହି ଟେକନିକରୁ ଅଫିସରେ ନିଶାଖାଇ ବସୁଥିବା କର୍ମଚାରୀ ଧରାପଡିବେ। ଏହା ବ୍ୟତୀତ ଡ୍ରଗ୍‌ସ ନେଉଥିବା ବ୍ୟକ୍ତିଙ୍କୁ ସହଜରେ ଚିହ୍ନଟ କରିବା ପାଇଁ ଏକ ସିଷ୍ଟମ କଂପାନୀ ଖୁବ୍‌ ଶୀଘ୍ର ପ୍ରସ୍ତୁତ କରୁଥିବା କହିଛି।

ମତାମତ ଦିଅନ୍ତୁ ।