Breaking Newsଅପରାଧ

ନିଶା କାରବାରକୁ ନେଇ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ୍ୟୁ

ସମ୍ବଲପୁର : ସହରର ଅଇଁଠାପାଲି ଥାନା କରମଟୋଲି ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି। ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଇଁଠାପାଲି ଥାନା କରମଟୋଲି ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। କାରଣ ନିଶା କାରବାର। ପ୍ରଥମେ ବଚସା ପରେ ଆକ୍ରମଣ ଓ ପ୍ରତି ଆକ୍ରମଣ। ଏହି ଘଟଣାରେ କରମଟୋଲି ଗାଁର ସୋନୁ ଖାଡ଼ିଆ ନାମକ ଜଣେ ଯୁବକ ପ୍ରାଣ ହରାଇଥିବ ବେଳେ ସେହି ଗାଁର ଉମେଶ ମୁଣ୍ଡା ଗୁରୁତର ହୋଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।

Back to top button