Breaking Newsରାଜ୍ୟ

ନୂଆ ପଦବୀ ସୃଷ୍ଟି ଉପରେ କଟକଣା, ଅନ୍ୟ ନିଯୁକ୍ତି ପ୍ରକ୍ରିୟା ଜାରି ରହିବ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଘୋଷଣା କରିଥିଲା। ଆସନ୍ତା ଦୁଇବର୍ଷ ପାଇଁ ସ୍ଵାସ୍ଥ୍ୟ ବିଭାଗର ନିଯୁକ୍ତି ବ୍ୟତୀତ ଅନ୍ୟ କୌଣସି ସରକାରୀ ବିଭାଗରେ ନିଯୁକ୍ତି ଦିଆଯିବ ନାହିଁ। ଆଜି ବିରୋଧିଦଳଙ୍କ ପକ୍ଷରୁ କଡ଼ା ସମାଲୋଚନା କରାଜୀବ ପରେ ସରକାର ନିଯୁକ୍ତି ନେଇ ସ୍ପଷ୍ଟୀକରଣ ଜାରି କରିଛନ୍ତି। ଏହା ଜରିଆରେ ଅର୍ଥ ବିଭାଗ କହିଛି ସରକାରୀ ସ୍ତରରେ ଚାଲିଥିବା ସମସ୍ତ ନିଯୁକ୍ତି ପ୍ରକ୍ରିୟା ଜାରି ରହିବ। ଖାଲି ପଡିଥିବା ସରକାରୀ ପଦବୀକୁ ମଧ୍ୟ ପୂରଣ ହେବ। କେବଳ ନୂଆ ପଦବୀ ସୃଷ୍ଟି ଉପରେ କଟକଣା ଲାଗିଛି ବୋଲି ସ୍ପଷ୍ଟ କରାଯାଇଛି।

ସୂଚନାଯୋଗ୍ୟ ମଙ୍ଗଳବାର ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ସମସ୍ତ ବିଭାଗୀୟ ଅତିରିକ୍ତ ମୁଖ୍ୟଶାସନ ସଚିବ, ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବିଭାଗୀୟ ମୁଖ୍ୟମାନଙ୍କୁ ପତ୍ର ଜରିଆରେ ଅର୍ଥନୈତିକ କଟକଣା ସଂକ୍ରାନ୍ତୀୟ ସୂଚନା ଦେଇଥିଲେ। ସରକାରଙ୍କ ଏଭଳି ନିର୍ଦେଶ ପରେ ପ୍ରଶାସନିକ କରିଡର୍‌ଠାରୁ ଆରମ୍ଭକରି ରାଜନୈତିକ ମହଲ ପର୍ଯ୍ୟନ୍ତ ଆରମ୍ଭ ହୋଇଥିଲା ପ୍ରତିକ୍ରିୟା।

ମତାମତ ଦିଅନ୍ତୁ ।

Back to top button