ନେତାଙ୍କ ସେକ୍ସ ଭିଡିଓ ୩୦ କୋଟିରେ ବିକିବାକୁ ହୋଇଥିଲା ଉଦ୍ୟମ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ‘ହନିଟ୍ରାପ୍‌’କୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଖୋଲୁଚି ଗୋଟିଏ ପରେ ଗୋଟିଏ ଗୁମର। ଏଥିରେ ସମ୍ପୃକ୍ତ ଅଭିଯୁକ୍ତମାନେ ସେକ୍ସ ଭିଡିଓ ମାଧ୍ୟମରେ କେବଳ ନେତା, ଅଧିକାରୀଙ୍କୁ ବ୍ଲାକ୍‌ମେଲ କରୁଥିଲେ ତାହା ନୁହେଁ, ଲୋକସଭା ନିର୍ବାଚନ ସମୟରେ ନେତାଙ୍କ ଅଶ୍ଳୀଳ ଭିଡିଓକୁ ବିରୋଧୀ ଦଳକୁ ବିକିବାକୁ ଉଦ୍ୟମ କରିଥିଲେ। ବିକ୍ରି ପାଇଁ ହନିଟ୍ରାପ୍‌ ଗ୍ୟାଙ୍ଗର ଦୁଇ ଅଭିଯୁକ୍ତ କଂଗ୍ରେସ ଓ ବିଜେପିର କିଛି ନେତାଙ୍କ ସହିତ କଥାବାର୍ତ୍ତା କରିଥିଲେ। କିନ୍ତୁ ନେଣ-ଦେଣର ହିସାବ ନ ଛିଣ୍ଡିବାରୁ କାରବାର ହୋଇପାରି ନଥିଲା। ତେବେ ୩୦କୋଟି ଟଙ୍କାରେ ବିକିବାକୁ ଉଦ୍ୟମ କରଯାଇଥିଲା ବୋଲି ଧରାପଡ଼ିଥିବା ଅଭିଯୁକ୍ତମାନେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶର ଏହି ଯୌନ କେଳେଙ୍କାରୀରେ ଦୁଇ ଅଙ୍କରୁ ଅଧିକ ଆଇଏଏସ୍‌ ଅଫିସର ଓ ରାଜନେତା ରହିଥିବା ଜଣାପଡ଼ିଥିଲା। ସେମାନଙ୍କ ମଧ୍ୟରେ ଅଛନ୍ତି ରାଜ୍ୟର ୮ ଜଣ ପୂର୍ବତନମନ୍ତ୍ରୀ। ପାଞ୍ଚ ଜଣିଆ ଯୁବତୀ ରାକେଟ୍‌ ନେତା ଓ ଅଫିସରମାନଙ୍କୁ ଟାର୍ଗେଟ କରିଥିଲେ। ଯୌନକର୍ମୀ ଓ ଛାତ୍ରୀମାନଙ୍କୁ ଏହି କାର୍ଯ୍ୟରେ ବ୍ୟବହାର କରି ହନିଟ୍ରାପ୍‌ ଗ୍ୟାଙ୍ଗ ମନ୍ତ୍ରୀ ଓ ଅଫିସରମାନଙ୍କ ଠାରୁ ବିଭିନ୍ନ ସଂସ୍ଥା ଲାଗି ହାସଲ କରୁଥିଲେ ଶହ ଶହ କୋଟି ଟଙ୍କାର ଠିକା କାମ। ଏହାର ତଦନ୍ତ ଉଚ୍ଚସ୍ତରୀୟ ସ୍ୱତନ୍ତ୍ର ଟିମ୍‌ ଦ୍ଵାରା କରାଯାଉଥିବା ବେଳେ ମଧ୍ୟପ୍ରଦେଶ ବ୍ୟତୀତ ଅନ୍ୟ ରାଜ୍ୟର ନେତା ଓ ଅଫିସର ଏଥିରେ ସଂପୃକ୍ତ ଥିବା ଜଣାପଡ଼ିଛି।

ମତାମତ ଦିଅନ୍ତୁ ।