ନେପାଳ ପ୍ରଧାନମନ୍ତ୍ରୀଙ୍କୁ ହାର୍ଟ ଆଟାକ୍‌

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ଛାତିରେ ଯନ୍ତ୍ରଣା ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କମ୍ୟୁନିଷ୍ଟ ପାର୍ଟି ଅଫ୍‌ ନେପାଳର କୋର କମିଟି ତାଙ୍କୁ ଭାରତ ବିରୋଧରେ ଲଗାଇଥିବା ଆରୋପ ପ୍ରମାଣ କରିବା ପାଇଁ କହିଛି । ନହେଲେ ସେ ଭାରତ ସହ ସମ୍ପର୍କ ଖରାପ କରୁଛନ୍ତି ଏବଂ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି କୋର କମିଟି କହିଛନ୍ତି । ଏଥିଯୋଗୁ ଓଲିଙ୍କ ଉପରେ ଚାପ ବଢିବାକୁ ଲାଗିଛି। ଛାତିରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ କାଠମାଣ୍ଡୁରେ ଥିବା ସହିଦ ଗଙ୍ଗାଲାଲ ନ୍ୟାସନାଲ୍‌ ହାର୍ଟ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ତେବେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ ତାଙ୍କୁ ଘରକୁ ଛାଡି ଦିଆଯାଇଥିବା କଥା ଓଲିଙ୍କ ବ୍ୟକ୍ତିଗତ ସଚିବ କହିଛନ୍ତି ।

ଓଲି ନିଜର ଦୁର୍ବଳତା ଲୁଚାଇବା ସହ ନିଜେ କ୍ଷମତାରେ ରହିବା ପାଇଁ ଚୀନ୍‌ର ହାତକୁ ଧରିଛନ୍ତି । ଏଥିପାଇଁ ସେ ବାରମ୍ବାର ଭାରତ ବିରୋଧୀ ମନ୍ତବ୍ୟ ଦେବା ସହ ଭାରତ ବିରୋଧୀ କାର୍ଯ୍ୟ କରୁଛନ୍ତି । ସରକାରୀ ଦଳ ନେପାଳ କମ୍ୟୁନିଷ୍ଟ ପାର୍ଟିର କ୍ୟାବିନେଟ୍‌ ବୈଠକରେ ତାଙ୍କର ଇସ୍ତଫା ଦାବି କରାଯାଇଛି । ଓଲି ଭାରତକୁ ଦୋଷ ଦେଉଥିବାରୁ ନେପାଳ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ତାଙ୍କୁ ତାଗିଦ୍ କରାଯାଇଛି । ଏହା ରାଜନୈତିକ ଦୃଷ୍ଟିକୋଣ ନୀତିଗତ କାରଣରୁ ଠିକ୍‌ ନୁହେଁ ବୋଲି କୁହାଯାଇଛି । ଓଲି କ୍ଷମତା ଲୋଭରେ ପାର୍ଟିକୁ ଭୁଲିଯାଇଥିବା କଥା ନେପାଳ କମ୍ୟୁନିଷ୍ଟ ପାର୍ଟିର ନେତାମାନେ ଅଭିଯୋଗ କରିଛନ୍ତି।

ମତାମତ ଦିଅନ୍ତୁ ।