ନୌସେରାରେ ଅସ୍ତ୍ର ବିରତି ଉଲ୍ଲଂଘନ, ପାକ ଶିବିର ଉଡାଇଲେ ଭାରତ ସେନା

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର କୃଷ୍ଣା ଘାଟି, ମେଣ୍ଢର ସେକ୍ଟରେ ପାକିସ୍ତାନ ଗୁଳିଗୋଳା ମାଡ଼ କରିଛି। ଭାରତୀୟ ସେନାର ଜବାବୀ କାର୍ଯ୍ୟ।ନୁଷ୍ଠାନରେ ପାକିସ୍ତାନର ଅନେକ ଶିବିର ଧ୍ଵଂସ ହୋଇଥିବା ବେଳେ ପାକ ସୈନିକ ବି ମରିଛନ୍ତି।

ସେନା ସୂତ୍ରରୁ ମିଳିଥିବା ଖବର ମୁତାବକ ଜାମ୍ମୁ-କାଶ୍ମୀରର ନୌସେରା ସେକ୍ଟରରେ ପାକ୍ ପକ୍ଷରୁ ଅସ୍ତ୍ର ବିରତି ଉଲ୍ଲଂଘନ କରାଯାଇଥିଲା। ଭାରତ ପକ୍ଷରୁ ହୋଇଥିଲା କାର୍ଯ୍ୟାନୁଷ୍ଠାନ। ଏହି ସମୟରେ ଭାରତୀୟ ଯବାନ ରାଜୌରୀରେ ପାକର ଏକ ଶିବିର ଉଡ଼ାଇ ଦେଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।