ପଞ୍ଜାବରେ ଆତଙ୍କବାଦୀକ ଆକ୍ରମଣ ଆଶଙ୍କା, ନିରାପତ୍ତା ବ୍ୟବସ୍ଥା ବଢ଼ିଲା

ନୂଆଦିଲ୍ଲୀ: ପଞ୍ଜାବ ସରକାର ରାଜ୍ୟରେ ଆତଙ୍କବାଦୀମାନଙ୍କ ଆକ୍ରମଣ ଆଶଙ୍କା କରି ନିରାପତ୍ତା ବ୍ୟବସ୍ଥା ବଢ଼ାଇଛନ୍ତି। ରାଜ୍ୟର ବିଭିନ୍ନ ଜୋନ୍‌ରେ ବରିଷ୍ଠ ପୁଲିସ ଅଧକାରୀମାନେ ପରିସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ୍‌-ଏ-ମହମ୍ମଦ ଏବଂ ଲସ୍କର୍‌-ଏ-ତୈବା ପଞ୍ଜାବର ଆତ୍ମଘାତୀ ଆକ୍ରମଣ କରିପାରେ ବୋଲି ସୂଚନା ମିଳିବା ପରେ ଏଭଳି ପଦକ୍ଷେପ ନିଆଯାଆଇଛି। ସବୁ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ଏ ବାବଦରେ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଥିବା ବେଳେ ପାକିସ୍ତାନର ଯେକୌଣସି ଉଦ୍ୟମକୁ ପଣ୍ଡ କରିବାକୁ କୁହାଯାଇଛି।

ମତାମତ ଦିଅନ୍ତୁ ।