ପବଜି ପାଇଁ ଆକାଉଣ୍ଟରୁ ୧୬ଲକ୍ଷ ଗଲା

ନୂଆଦିଲ୍ଲୀ: ପଞ୍ଜାବର ଜଣେ ବାଳକ ପବଜି ପାଇଁ ନିଜ ବାପାଙ୍କ ଆକାଉଣ୍ଟରୁ ୧୬ଲକ୍ଷ ଟଙ୍କା ବାହାର କରିନେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ୧୭ ବର୍ଷୀୟ ବାଳକ ଜଣଙ୍କ ନିଜ ପବଜି ଆକାଉଣ୍ଟକୁ ଅପଡେଟ କରିବା ପାଇଁ ୧୬ ଲକ୍ଷ ଟଙ୍କା କାଢି ନେଇଥିବା ଜଣାପଡିଛି।

ପୀଡିତ ବାପା କହିଛନ୍ତି ପୁଅ ଅନଲାଇନରେ ପାଠ ପଢିବି ବୋଲି କହି ମୋ ଫୋନ ବ୍ୟବହାର କରୁଥିଲା। ଏହାପରେ ପବଜି ଗେମ ପାଇଁ ସେ ମୋ ଆକାଉଣ୍ଟରୁ ଟଙ୍କା ବାହାର କରିବା ଆରମ୍ଭ କରିଥିଲା। ଫୋନରେ ବ୍ୟାଙ୍କ ଆକାଉଣ୍ଟର ସମସ୍ତ ବିବରଣୀ ଥିବାରୁ ପୁଅ ସହଜରେ ବ୍ୟାଙ୍କରୁ ଟଙ୍କା କାଢି ପାରିଥିଲା। ଏହା ସହ ବ୍ୟାଙ୍କରୁ ଆସୁଥିବା ମେସେଜକୁ ମଧ୍ୟ ଫୋନରୁ ହଟାଇ ଦେଉଥିଲା। କେବଳ ମୋ ଫୋନ ନୁହେଁ ସେ ତା’ ମାଙ୍କ ଆକାଉଣ୍ଟରୁ ମଧ୍ୟ ଟଙ୍କା ଖାଲି କରିଛି। ଯଦି ମୁଁ ବ୍ୟାଙ୍କକୁ ଟଙ୍କା ଜମା କରିବା ପାଇଁ ଯାଇନଥାନ୍ତି, ତେବେ ମୋତେ ଏ ବିଷୟରେ ଜଣାପଡ଼ିନଥାନ୍ତା। ପାସବୁକ ଅପଡେଟ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଏହି ଟଙ୍କା ମୁଁ ମୋର ଚିକିତ୍ସା ପାଇଁ ଜମା କରିଥିଲି। ତା’ର ଏଭଳି କାମ ପରେ ଟଙ୍କାର ମହତ୍ୱ ବୁଝାଇବା ପାଇଁ ଆମେ ତାକୁ ଗ୍ୟାରେଜରେ କାମ କରିବା ପାଇଁ ଛାଡ଼ିଛୁ।

  ପିସିସି ସଭାପତିଙ୍କ ଗାଡିକୁ ଆକ୍ରମଣ ଘଟଣାରେ ଜଣେ ଅଟକ

ମତାମତ ଦିଅନ୍ତୁ ।