ପରକ୍ରିୟା ପ୍ରୀତିର କରୁଣ ପରିଣତି: ବଳି ପଡିଲା ଦୁଇବର୍ଷର ଶିଶୁପୁତ୍ର

ଭୁବନେଶ୍ଵର : ପରକୀୟା ପ୍ରୀତିର କରୁଣ ପରିଣତି ରାୟଗଡାରେ ଦେଖିବାକୁ ମିଳିଛି। ବଳି ପଡିଛି ଦୁଇ ବର୍ଷର ଶିଶୁ ପୁତ୍ର। ପ୍ରେମରେ ଅନ୍ଧ ହୋଇଥିବା ମା’ ଏଇ ନିଷ୍ପାପ ଶିଶୁଟିକୁ ପିଟି ପିଟି ମାରିଦେଇଥିବା ଚର୍ଚ୍ଚା ହେଉଛି।

ଖବର ଅନୁଯାୟୀ ଭୁବନେଶ୍ୱରରେ ରହୁଥିବା ଏକ ଦମ୍ପତ୍ତି ବିବେକ ଓ ଐଶ୍ଵର୍ଯ୍ୟା (ଛଦ୍ମନାମ) ମୀନାବଜାରରେ ବିଭିନ୍ନ ସାମଗ୍ରୀ ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି। ଏଇ ଦମ୍ପତ୍ତିଙ୍କର ଥିଲା ଦୁଇ ବର୍ଷର ଶିଶୁ ପୁତ୍ର। କିଛିବର୍ଷ ହେଲା ଦୁହେଁ ରାୟଗଡାକୁ ଯାଇ ବ୍ୟବସାୟ କରିଛନ୍ତି। ଏ ମଧ୍ୟରେ ମୀନାବଜାରକୁ ଆସୁଥିବା ରାୟଗଡାର ଏକ ବେସରକାରୀ ଟେଲିକମ୍‌ କଂପାନିରେ କାମ କରୁଥିବା ଯୁବକଙ୍କ ସହ ଐଶ୍ଵର୍ଯ୍ୟାର ଦେଖାହୁଏ। ଉଭୟଙ୍କ ମଧ୍ୟରେ ଗଢିଉଠେ ପ୍ରେମ ସଂପର୍କ। ସ୍ୱାମୀଙ୍କ ଅଜାଣତରେ ମୀନାବଜାର ନାଁରେ ଐଶ୍ଵର୍ଯ୍ୟା ଶିଶୁ ପୁତ୍ରକୁ ନେଇ ରାୟଗଡାରେ ଯାଇ କିଛିଦିନ ରହି ଭୁବେନଶ୍ୱର ଫେରିଯାଏ। ଐଶ୍ଵର୍ଯ୍ୟାଙ୍କୁ ସ୍ୱାମୀ ବିବେକ ସଂଦେହ କରୁ ନଥିବାରୁ ପ୍ରେମରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହୁଏନି।

ପୂର୍ବପରି ନିକଟରେ ଗଜଲକ୍ଷ୍ମୀ ପୂଜାରେ ମୀନାବଜାର ଖୋଲିବାକୁ ଐଶ୍ଵର୍ଯ୍ୟା ରାୟଗଡା ଆସି ପ୍ରେମିକ ସହିତ ରହିଥିଲେ। ଉଭୟଙ୍କ ସଂପର୍କ ଏତେ ଘନିଷ୍ଠ ହୋଇଗଲା ଯେ ପ୍ରେମିକଠାରୁ ଅଲଗା ରହିବାକୁ ଚାହୁଁ ନଥିଲେ ଐଶ୍ଵର୍ଯ୍ୟା। କିନ୍ତୁ ବାଧକ ସାଜିଲା ଶିଶୁ ପୁତ୍ର। ସ୍ୱାମୀ ଓ ଶିଶୁକୁ ଐଶ୍ଵର୍ଯ୍ୟା ଛାଡିପାରୁ ନଥିବାରୁ ଶିଶୁ ପୁତ୍ରକୁ ରାସ୍ତାରୁ ହଟାଇବା ଯୋଜନା କରି ପିଟି ପିଟି ମାରି ଦେଇଥିବା ଚର୍ଚ୍ଚା ହେଉଛି। ଏହି ଘଟଣାରେ ରାୟଗଡା ଟାଉନ୍‌ ପୋଲିସ୍‌ ଐଶ୍ଵର୍ଯ୍ୟା ଓ ପ୍ରେମିକଙ୍କୁ ଅଟକରଖି ପଚରା ଉଚରା କରୁଛି।

ମତାମତ ଦିଅନ୍ତୁ ।