ପରମ୍ପରା ନାଁରେ ବୋହୂ ସହ ଦୁଷ୍କର୍ମ କଲେ ଶଶୂର

ନୂଆଦିଲ୍ଲୀ : ଦେହାତର ଅକବର ଥାନା ଅଞ୍ଚଳରେ ପରମ୍ପରା ନାଁରେ ବିବାହର ପ୍ରଥମ ରାତିରେ ବୋହୂ ସହିତ ଶଶୂର ଦୁଷ୍କର୍ମ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଏହାର ଭିଡିଓ ପ୍ରସ୍ତୁତ କରିଛନ୍ତି ନବବଧୂଙ୍କ ପତି ଓ ଦିଅର। ଭିଡିଓ ଭାଇରାଲ କରିବାର ଧମକ ଦେଇ କରାଯାଇଛି ବ୍ଲାକମେଲ୍। ଥାନାରେ ଅଭିଯୋଗ କରିବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ କିଛି କାର୍ଯ୍ୟାନୁଷ୍ଠାନ ନହେବାକୁ ଗୁରୁବାର ମହିଳା ଜଣକ ଏଡିଜିଙ୍କ ପାଖରେ ଗୁହାରି କରିଛି। ଏଡିଜି ଥାନାରେ ଏଫଆଇଆର୍ ରେଜିଷ୍ଟର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦେଶ ଦେଇଛନ୍ତି।

ଖବ ଅନୁଯାୟୀ ଶିବରାଜପୁରରେ ବାସ କରୁଥିବା ଜଣେ ଯୁବତୀଙ୍କର ବିବାହ ଚଳିତବର୍ଷ ମେ ମାସରେ ଅକବରପୁରର ଜଣେ ଯୁବକଙ୍କ ସହିତ ହୋଇଥିଲା। ତେବେ ପୀଡିତା ଅଭିଯୋଗ କରିଛନ୍ତି ଯେ ବିବାହର ପ୍ରଥମ ରାତିରେ ତାଙ୍କ ଶଶୂର ରୁମକୁ ଚାଲିଆସି ତାଙ୍କ ସହ ଜୋର ଜବରଦସ୍ତ କରିବାରୁ ସେ ପାଟି କରିଥିଲେ।

ଏହା ପରେ ସେଠାରେ ପହଞ୍ଚିଲେ ତାଙ୍କ ସ୍ଵାମୀ ଓ ଦିଅର। ସ୍ଵାମୀ ଏହା ତାଙ୍କ ପରମ୍ପରା। ବର୍ଷ ବର୍ଷ ଧରି ତାଙ୍କ ପରିବାରରେ ଏମିତି ହୋଇଆସୁଛି। ଏହା ପରେ ତାଙ୍କ ଶଶୂର ତାଙ୍କ ସହ ଦୁଷ୍କର୍ମ କଲେ। ସ୍ଵାମୀ ଓ ଦିଅର ଏହାର ଅଶ୍ଲୀଳ ଭିଡିଓ ପ୍ରସ୍ତୁତ କଲେ। ଦ୍ୱିତୀୟ ଦିନ ପିଡୀତା ବାପଘରକୁ ଚାଲିଗଲେ। ସେବେଠାରୁ ଲଗାତର ସେ ଥାନାରେ ଦୌଡୁଥିଲେ ହେଁ କିଛି ଫଳ ମିଳୁନି। ଶେଷରେ ଏଡିଜିଙ୍କୁ ସାକ୍ଷାତ କରି ସବୁ ଘଟଣା ଜଣାଇଲେ। ଏଡିଜି ପ୍ରେମ ପ୍ରକାଶ ଶିବରାଜପୁର ପୋଲିସକୁ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଡିଜି କହିଛନ୍ତି ଘଟଣା ଅତ୍ୟନ୍ତ ଗମ୍ଭୀର। ସ୍ଥାନୀୟ ପୋଲିସ କାହିଁକି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ଯାହାର ଯାଞ୍ଚ କରାଯିବ।

ମତାମତ ଦିଅନ୍ତୁ ।