ପରୀକ୍ଷା ପାଇଁ ଅନୁମତି ଦେଲା କେନ୍ଦ୍ର ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣ ବ୍ୟାପିବାରୁ ମାର୍ଚ୍ଚରୁ ବିଶ୍ୱବିଦ୍ୟାଳୟ ଓ ଅନ୍ୟ ଶିକ୍ଷାନୁଷ୍ଠାନଗୁଡିକର ପରୀକ୍ଷା ବନ୍ଦ ରଖାଯାଇଥିଲା। କିନ୍ତୁ ଏବେ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡିକରେ ପରୀକ୍ଷା କରାଯାଇପାରିବେ ବୋଲି ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ଦେଇଛି। କୋଭିଡ-୧୯ ପ୍ରୋଟୋକଲ ଅନୁସରଣ କରି ପରୀକ୍ଷା କରିବା ପାଇଁ ଗୃହ ମନ୍ତ୍ରାଳୟ ଆଜି ଉଚ୍ଚଶିକ୍ଷା ସଚିବଙ୍କୁ ଚିଠି ଲେଖିଛି।

ବିଶ୍ୱବିଦ୍ୟାଳୟ ପାଇଁ ୟୁଜିସି ଗାଇଡଲାଇନ ଓ ଏକାଡେମିକ୍ କ୍ୟାଲେଣ୍ଡର ଅନୁଯାୟୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଅନୁମୋଦିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା ଅନୁଯାୟୀ ହିଁ ଚୂଡ଼ାନ୍ତ ପରୀକ୍ଷା କରାଯିବ ବୋଲି ଚିଠିରେ ଦର୍ଶାଯାଇଛି।

ମତାମତ ଦିଅନ୍ତୁ ।