ପଶ୍ଚିମବଙ୍ଗ: ଦୁର୍ଗାପୂଜା କମିଟିକୁ ମମତା ସରକାର ଦେବେ ୭୦ କୋଟି ଟଙ୍କାର ଉପହାର

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଦୁର୍ଗାପୂଜା ଆୟୋଜକମାନଙ୍କୁ ରାଜ୍ୟ ସରକାର ୭୦ କୋଟି ଟଙ୍କାର ପୂଜା ଉପହାର ପ୍ରଦାନ କରବେ। ମହିଳାମାନଙ୍କ ଦ୍ୱାରା ପରିଚାଳିତ ଦୁର୍ଗାପୂଜା କମିଟି ଗୁଡ଼ିକୁ ଦିଆଯିବ ଅତିରିକ୍ତ ୫୦୦୦ ଟଙ୍କା। ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହାଛଡା ପୂଜାମେଢ଼ରେ ବ୍ୟବହାର ବିଜୁଳି ବାବଦ ଶୁଳ୍କ ୨୫% ହ୍ରାସ କରାଇବାକୁ ସେ ସିଇଏସ୍‌ଇ ଏବଂ ଡବ୍ଲୁବିଏସ୍‌ଇଡିସିଏଲ୍‌ ଇଲେକ୍ଟ୍ରିସିଟି ସପ୍ଲାଇ ବୋର୍ଡକୁ କହିଥିବା ପ୍ରକାଶ କରିଛନ୍ତି। କୋଲ୍‌କାତାରେ କେବଳ ୩୦୦୦ ଦୁର୍ଗାମେଢ଼ ହେଉଥିବା ବେଳେ ରାଜ୍ୟର ଅନ୍ୟ ଅଞ୍ଚଳରେ ୨୫, ୦୦୦ ଦୁର୍ଗାମେଢ଼ ହେଉଛି। ଏହି ୨୮, ୦୦୦ ଦୁର୍ଗାମେଢ଼ର ପ୍ରତି କମିଟିକୁ ୨୫, ୦୦୦ ଟଙ୍କା ଉପହାର ଦିଆଯିବ। ଗତବର୍ଷ ପ୍ରତି ପୂଜା କମିଟିକୁ ୧୦, ୦୦୦ ଟଙ୍କା ଲେଖାଏଁ ଉପହାର ଦିଆଯାଇଥିଲା।

ମତାମତ ଦିଅନ୍ତୁ ।