ପହଣ୍ଡିବିଜେ ନୀତି ସଂପନ୍ନ, ୧୨ଟାରେ ରଥଟଣା

ପୁରୀ : ଆଜି ମହାପ୍ରଭୁଙ୍କ ବାହୁଡାଯାତ୍ରା। ପହଣ୍ଡିବିଜେ ସରିବା ପରେ ରଥାରୁଢ ହେଲେ ତିନିଠାକୁର। ପୂର୍ବାହ୍ନ ୧୨ଟାରେ ରଥଟଣା ଆରମ୍ଭ ହେବ।

ବୁଧବାର ମହାପ୍ରଭୁଙ୍କ ବାହୁଡା ଯାତ୍ରାର ନୀତିକାନ୍ତି ଶେଷ ହୋଇଛି। ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଫେରିବେ। ପ୍ରଥମେ ତିନି ଠାକୁରଙ୍କ ମଙ୍ଗଳଆଳତୀ ତଥା ଅନ୍ୟାନ୍ୟ ନୀତିକାନ୍ତି ସଂପନ୍ନ ହେବା ପରେ ଆରମ୍ଭ ହୋଇଥିଲା ଶ୍ରୀବିଗ୍ରହଙ୍କ ପହଣ୍ଡିବିଜେ। ପ୍ରଥମେ ଚକ୍ରରାଜ ପ୍ରଭୁ ସୁଦର୍ଶନଙ୍କୁ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପରେ ଆରମ୍ଭ ହୋଇଥିଲା ଶ୍ରୀ ବଳଦେବଙ୍କ ପହଣ୍ଡି। ଏହା ପରେ ଧାଡି ପହଣ୍ଡିରେ ଗୁଣ୍ଡିଚା ଘରୁ ରଥ ଅଭିମୁଖେ ବାହାରିଥିଲେ ଦେବୀ ସୁଭଦ୍ରା। ଶେଷରେ ପହଣ୍ଡିରେ ଆସିଥିଲେ ଶ୍ରୀ ଜଗନ୍ନାଥ। ପହଣ୍ଡିବିଜେ ନୀତି ସଂପନ୍ନ ପରେ ରଥାରୁଢ ହୋଇଛନ୍ତି ଚତୂର୍ଦ୍ଧାମୂର୍ତ୍ତି। ଛେରାପହଁରା ନୀତି ଚାଲିଛି। ଚାରମାଳ ଫିଟା ଓ ଘୋଡ଼ାଲାଗିବା ମଧ୍ୟାହ୍ନ ୧୨ଟାରେ‌ ‌ଶେଷ ‌ହୋଇ ରଥଟଣା ଆରମ୍ଭ ହେବ। ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାକୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି। ଜୁଲାଇ ୨ ତାରିଖରେ ସୁନାବେଶ ପାଇଁ ସିଂହଦ୍ବାରରେ ପ୍ରସ୍ତୁତି ଆରମ୍ଭ ହୋଇଛି।

ମତାମତ ଦିଅନ୍ତୁ ।