ପାକପଟୁ ଅନୁପ୍ରବେଶ ଉଦ୍ୟମ ବିଫଳ, ଭାରତୀୟ ସେନା ଗୁଳିରେ ୭ ନିହତ

ନୂଆଦିଲ୍ଲୀ: ପାକିସ୍ତାନ ପଟୁ ଭାରତକୁ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ବିଫଳ କରିଦେଇଛନ୍ତି। ଜବାନଙ୍କ କାର୍ଯ୍ୟନୁଷ୍ଠାନରେ ୭ ଜଣଙ୍କର ମୃତ୍ୟୁ ହୋଇଛି।

ଶନିବାର ଜମ୍ମୁ-କାଶ୍ମୀରର କେରନ ସେକ୍ଟର ଅଗ୍ରୀମ ପୋଷ୍ଟରେ ପାକିସ୍ତାନୀ ଆର୍ମିର ବାଟ୍ (ବର୍ଡର ଆକ୍ସନ ଟିମ୍) ହମଲାକୁ ଭାରତୀୟ ସେନା ବିଫଳ କରିଦେଇଛନ୍ତି। ସେନାର ମୁହଁତୋଡ଼ ଜବାବରେ ପାକିସ୍ତାନର ୭ ସୈନିକ ଓ ଆତଙ୍କବାଦୀଙ୍କ ପ୍ରାଣ ଯାଇଛି। ଶବ ଗୁଡିକ ଏଲଓସିରେ ପଡ଼ି ରହିଥିବା ବେଳେ ପ୍ରବଳ ଗୁଳିମାଡ଼ ଯୋଗୁ ହଟାଯାଇ ପାରି ନାହିଁ। ସେଥିରୁ ୪ ଶବର ସାଟେଲାଇଟ୍ ଫଟୋ ସେନା ପ୍ରମାଣ ଭାବେ ନେଇଛି। କୁହାଯାଉଛି ଏହି କାର୍ଯ୍ୟାନୁଷ୍ଠାନ ଗତ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ହୋଇଛି। ସରକାରୀ ସୂତ୍ର ଅନୁଯାୟୀ, ପାକିସ୍ତାନ ପକ୍ଷରୁ କାଶ୍ମୀରରେ ଶାନ୍ତି ଭଙ୍ଗ କରିବାକୁ କ୍ରମାଗତ ଉଦ୍ୟମ କରାଯାଉଛି। ପାକ୍ ସେନା ଗୁଳିମାଡ଼ କରି ଜୈଶ ଇ ମହମ୍ମଦର ଆତଙ୍କବାଦୀଙ୍କୁ ଭାରତକୁ ପ୍ରବେଶ କରାଇବାକୁ ଯଥା ସମ୍ଭବ ଉଦ୍ୟମ କରୁଛି।

ମତାମତ ଦିଅନ୍ତୁ ।