ପାକିସ୍ତାନକୁ ଗୋପନୀୟ ତଥ୍ୟ ଦେଉଥିବା ଦୁଇ ଯବାନ ଧରାପଡିଲେ

ନୂଆଦିଲ୍ଲୀ : ରାଜସ୍ଥାନର ପୋଖରାନରେ ମୁତୟନ ସେନାର ଦୁଇଜଣ ଯବାନ ପାକିସ୍ତାନକୁ ଗୋପନୀୟ ତଥ୍ୟ ଦେଉଥିବା ଅଭିଯୋଗରେ ଧରାପଡିଛନ୍ତି। ହନିଟ୍ରାପ୍ ମାମଲାରେ ଫସି ଏପରି କାର୍ଯ୍ୟ କରୁଥିଲେ। ଇଣ୍ଟେଲିଜେନ୍ସ (ଗୁଇନ୍ଦା) ଓ ସିଆଇଡି ଦୁହିଁଙ୍କୁ ଧରି ପଚରାଉଚରା ପାଇଁ ଜୟପୁର ଆଣିଛି। ଏହି ଦୁଇ ଯବାନ ସୋସିଆଲ ମିଡିଆ ଜରିଆରେ ଗୋପନୀୟ ସୂଚନା ଲିକ୍ କରୁଥିଲେ। ଛୁଟିରେ ଯିବାପରେ ଦୁହିଁଙ୍କୁ ଚିହ୍ନଟ କରାଯାଇଥିଲା। ଜଣେ ଓଡିଶାର ବିଚିତ୍ର ବେହେରା ଓ ଆଉ ଜଣେ ହେଲେ ମଧ୍ୟପ୍ରଦେଶର ରବି ବର୍ମା।

ମତାମତ ଦିଅନ୍ତୁ ।