ପାକିସ୍ତାନକୁ ମିଳିବ କଡା ଜବାବ, ସେନା ବାହିନୀରେ ସାମିଲ ହେଲା ଇସ୍ରାଏଲ ନିର୍ମିତ ମିସାଇଲ୍ ସ୍ପାଇକ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ଭାରତ ଓ ପାକିସ୍ତାନ ବିବାଦ ବଢୁଛି। ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଉଦ୍ୟମ କରୁଥିବା ବେଳେ ସେନା ଆକ୍ରମଣର ରହିଛି ସମ୍ଭାବନା। ଏହାର ମୁକାବିଲା ପାଇଁ ଭାରତୀୟ ସେନା ବିହିନୀରେ ଇସ୍ରାଏଲ ନିର୍ମିତ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍ (ଏଟିଜିଏମ) ସ୍ପାଇକକୁ ସାମିଲ୍ କରିଛି। ସ୍ପାଇକ୍ ତୃତୀୟ ପିଢ଼ୀର ଅତ୍ୟାଧୁନିକ ମିସାଇଲ୍ ମଧ୍ୟରୁ ଅନ୍ୟତମ। ଏହାର ଲକ୍ଷ୍ୟ ଭେଦ କ୍ଷମତା ୪ କିଲୋମିଟର ରହିଛି। ଭରତ ୪୦୦ ସ୍ପାଇକ୍ ଏଟିଜିଏମ୍ ମିସାଇଲ ଅର୍ଡର କରିଥିଲା। ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲ ଭାରତକୁ ୨୧୦ ସ୍ପାଇକ୍ ମିସାଇଲ୍ ଓ ୧୨ ଲଞ୍ଚର୍ସ ହସ୍ତାନ୍ତର କରିଛି। ତେବେ ସୂଚନା ରହିଛି କେନ୍ଦ୍ର ସରକାର ଏହି ଭଳି ୬ ହଜାର ମିସାଇଲ୍ ଭାରତୀୟ ସେନାରେ ସାମିଲ୍ କରିବାକୁ ଯୋଜନା ରଖିଛନ୍ତି।

ମତାମତ ଦିଅନ୍ତୁ ।