ପାକିସ୍ତାନୀ ଡ୍ରୋନ୍‌ ପୋଡ଼ି ଘଟଣାରେ ଖଲିସ୍ତାନୀ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ : ପଞ୍ଜାବରେ ଅସ୍ତ୍ରଶସ୍ତ୍ର ଓ ନିଶା ଔଷଧ ଫିଙ୍ଗିଥିବା ପାକିସ୍ତାନୀ ଡ୍ରୋନ୍‌ ପୋଡିଥିବା ଘଟଣାରେ ପଞ୍ଜାବ ପୋଲିସର ଷ୍ଟେଟ୍‌ ସ୍ପେସାଲ୍‌ ଅପରେସନ୍‌ ସେଲ୍‌ ଜଣଙ୍କୁ ଗିରଫ କରିଛି। ଏ ହେଉଛି ଖଲିସ୍ତାନ ଜିନ୍ଦାବାଦ ଫୋର୍ସର ଆତଙ୍କବାଦୀ ସାଜନ ପ୍ରୀତ୍‌।

ଖବର ଅନୁଯାୟୀ ସାଜନ ଗୋଟାଏ ଡ୍ରୋନ୍‌ ନଷ୍ଟ କରିଥିବା ବେଳେ ଏଥିରୁ ଫିଙ୍ଗା ଯାଇଥିବା ଦୁଇଟି ପିସ୍ତଲ ବିକ୍ରୟ କରିଥିବା ସୂଚନା ମିଳିଥିଲା। ସେଥିପାଇଁ ତାଙ୍କୁ ଅମୃତସରର ଖାଲ୍‌ସା କଲେଜ ଅଞ୍ଚଳରୁ ଗିରଫ କରାଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।