ପାକିସ୍ତାନ: ତେଜଗମ ଏକ୍ସପ୍ରେସ୍‌ରେ ନିଆଁ,୧୬ ମୃତ

ନୂଆଦିଲ୍ଲୀ : ପାକିସ୍ତାନ ତେଜଗମ ଏକ୍ସପ୍ରେସ ଟ୍ରେନରେ ନିଆଁ। ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ଜଣ ଆହତ ହୋଇଛନ୍ତି। ଆଜି ସକାଳେ କରାଚିରୁ ରାଓ୍ଲଲପିଣ୍ଡିକୁ ଯାଉଥିବା ଏହି ଟ୍ରେନରେ ରହିମ ୟାର ଖାନ ନିକଟରେ ନିଆଁ ଲାଗିଯିବାରୁ ଏପରି ଅଭାବନୀୟ ପରିସ୍ଥିତି ଘଟିଛି। ଖବର ଅନୁଯାୟୀ ଟ୍ରେନରେ ଏକ ସିଲିଣ୍ଡର ବିସ୍ଫୋରଣ ଯୋଗୁ ତିନୋଟି ବଗିରେ ନିଆଁ ଲାଗିଯାଇଥିଲା। ପ୍ରବଳ ଧୂଆଁ ବାହାରିବା ଫଳରେ ଅନେକ ଲୋକ ଅଣନିଶ୍ୱାସୀ ହୋଇ ମୃତ୍ୟୁ ବରଣ କରିଥିବା ବେଳେ କେତେ ଜଣ ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ି ପ୍ରାଣ ହରାଇଥିବା ସୂଚନା ରହିଛି।

ମତାମତ ଦିଅନ୍ତୁ ।