ପାକିସ୍ତାନ ପାଇଁ ତୁର୍କୀ କରୁଛି ଯୁଦ୍ଧ ଜାହାଜ ନିର୍ମାଣ

ନୂଆସିଲ୍ଲୀ : ପାକିସ୍ତାନକୁ ସହଯୋଗର ହାତ ବଢ଼ାଇଛି ତୁର୍କୀ ନିର୍ମାଣ କରୁଛି ସ୍ୱତନ୍ତ୍ର ଯୁଦ୍ଧ ଜାହାଜ। ତୁର୍କୀ ନୌସେନାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଘୋଷଣା କରିଛନ୍ତି ତୁର୍କୀ ରାଷ୍ଟ୍ରପତି ରିସେପ ତାୟାପି ଏରଦୋଗାନ। ପାକିସ୍ତାନ ଏହାକୁ କିଣିବା ପରେ ଜଳପଥରେ ନିଜର ଶକ୍ତି ବୃଦ୍ଧି କରିବ। ଏହି ଯୁଦ୍ଧ ଜାହାଜ ନିର୍ମାଣ କରିବା କାର୍ଯ୍ୟରେ ତୁର୍କୀର ଉଚ୍ଚ ସ୍ତରୀୟ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହୋଇଛନ୍ତି। ୨୦୧୮ ମସିହା ଜୁଲାଇ ମାସରେ ପାକିସ୍ତାନ ସରକାର ଆମ ଠାରୁ ୪ଟି ଏମଆଇଏଲଜିଇଏମ୍‌-କ୍ଲାସ ଯୁଦ୍ଧ ଜାହାଜ କିଣିବାକୁ କଣ୍ଟ୍ରାକ୍ଟ କରିଥିଲେ। ଏହି ଜାହାଜର ପଡ଼ୋଶୀ ଦେଶର ରାଡାରରୁ ବର୍ତ୍ତିବା ପାଇଁ କ୍ଷମତା ରହିଛି ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।