ପାକିସ୍ଥାନକୁ କଡା ଜବାବ୍ ଦେବାକୁ ରଦ୍ଦ ହେଲା ଭାରତୀୟ ‘ଥର ଏକ୍ସପ୍ରେସ’

ନୂଆଦିଲ୍ଲୀ : ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ପକ୍ଷରୁ ସମଝୋତା ଏକ୍ସପ୍ରେସ ଟ୍ରେନ ଚଳାଚଳ ବାତିଲ କରିଦିଆଯାଇଥିଲା । ତେଣୁ ଏବେ “ଯେସାକୁ ତେସା ନୀତି” ଆପଣେଇ ପାକିସ୍ତାନକୁ ଜବାବ୍ ଦେଇଛି ଭାରତ । ଆଜି ଭାରତ ନିଜ ଆଡୁ ପଦକ୍ଷେପ ଗ୍ରହଣ କରି ପାକିସ୍ତାନ ଯାଉଥିବା ଥର ଏକ୍ସପ୍ରେସକୁ ରଦ୍ଦ କରିଦେଇଛି। ଏବେ ଏହି ଟ୍ରେନ ସେବା ଆଗାମୀ ଘୋଷଣା ପର୍ଯ୍ୟନ୍ତ ରଦ୍ଦ କରିଦିଆଯାଇଛି। ଏହା ପୂର୍ବରୁ ଭାରତ ଦିଲ୍ଲୀରୁ ଲାହୋର ଅଭିମୁଖେ ଯାଉଥିବା ବସ୍ ସେବାକୁ ବନ୍ଦ କରିଦେଇଛି।

ସୂଚନାଯୋଗ୍ୟ ଯେ, “ଥର ଏକ୍ସପ୍ରେସ” ୧୮ ଫେବୃଆରୀ ୨୦୦୬ରେ ଯୋଦ୍ଧପୁରର ଭଗବପୁର କୋଠି ଷ୍ଟେସନରୁ କରାଚୀ ଭିତରେ ପ୍ରତି ଶୁକ୍ରବାର ରାତିରେ ଯାଇଥାଏ। ଏହା ପୂର୍ବରୁ ଏହି ସେବା ୪୧ ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରହିଥିଲା। ଏହାପରେ ୨୦୦୬ରେ ଏହାକୁ ଆରମ୍ଭ କରାଯାଇଥିଲା। ଦୁଇ ଦେଶ ମଧ୍ୟରେ ହୋଇଥିବା ସମଝୌତା ଏକ୍ସପ୍ରେସ ଅନୁସାରେ ୬ ମାସ ପାକିସ୍ତାନର ଟ୍ରେନ ଚାଲିଥାଏ ଯାହାକି କାରାଚୀରୁ ଭାରତର ବାଡମେର ସ୍ଥିତି ମୁନାବାଭ ରେଲଓ୍ବେ ଷ୍ଟେସନ୍ ପହଁଞ୍ଚିଥାଏ।

ମତାମତ ଦିଅନ୍ତୁ ।