ପାକ୍ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ନିୟୋଜିତ ହେଲା ‘ନେତ୍ର’

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଡ ପରଠାରୁ ପାକିସ୍ତାନ-ଭାରତ ମଧ୍ୟରେ ତୀକ୍ତତା ବଢିଚାଲିଛି। ପାକିସ୍ତାନ ପକ୍ଷରୁ ସେନା ନିୟନ୍ତ୍ରଣ ରେଖା ନିକଟରେ ଗୋଳାବାରୁଦ ଠୁଳ କରାଯାଉଥିବା ରିପୋର୍ଟ ମିଳିବା ପରେ ସତର୍କତା ଅବଲମ୍ବନ କରୁଛି ଭରତ। ତେବେ ପାକର କାର୍ଯ୍ୟକଳାପ ଉପରେ କଡା ନଜର ରଖାଯାଇଥିବା ବେଳେ ବାୟୁସେନା ପକ୍ଷରୁ ଏୟାରବୋର୍ନ ଆର୍ଲି ଓ୍ଵାର୍ଣ୍ଣିଂ ଏଣ୍ଡ କଣ୍ଟ୍ରୋଲ ଏୟାରକ୍ରାଫ୍ଟ ‘ନେତ୍ର’କୁ ନିୟୋଜିତ କରାଯାଇଛି।

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ନେତ୍ରକୁ ଗତକାଲି ପଂଜାବର ଭଟିଣ୍ଡା ଏୟାରବେସଠାରେ ଡିଆରଡିଓ ପକ୍ଷରୁ ବାୟୁସେନାକୁ ହସ୍ତାନ୍ତର କରାଯାଇଥିଲା। ଏହାକୁ ପାକିସ୍ତାନୀ ସୀମା ନିକଟରେ ମୁତୟନ କରାଯାଇଛି। ଆକାଶରେ ରହି ନେଚ୍ର ଭାରତୀୟ ବାୟୁସେନାର ଆଖି ଭଳି କାମ କରୁଛି। ନେତ୍ର ପ୍ରାୟ ୪୫୦ କିମି ଦୂରରୁ ନିଜର ଇନଫ୍ରାରେଡ୍‌ ଡିଟେକ୍ସନ କାପାବିଲିଟି ଜରିଆରେ ଶତ୍ରୁପକ୍ଷର ମିସାଇଲ ବା ବିମାନକୁ ଚିହ୍ନଟ କରିପାରିବ।

ମତାମତ ଦିଅନ୍ତୁ ।