ପାକ୍ ସେନା ମହିଳାଙ୍କୁ ଶୋଷଣ କରୁଛନ୍ତି

ନୂଆଦିଲ୍ଲୀ : ପାକିସ୍ତାନରେ ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି। ସେନା କରୁଛନ୍ତି ମହିଳାଙ୍କୁ ଶୋଷଣ। ଏକଥା ଅନ୍ୟ କେହି ନୁହେଁ ପାକିସ୍ତାନୀ ସାମାଜିକକର୍ମୀ ଗୁଲାଲାଇ ଇସମାଇଲ କହିଛନ୍ତି। ଗତ ମାସରେ ଇସଲାମାବାଦ ଅଧିକାରୀଙ୍କଠୁ ମୁକୁଳି ଆମେରିକା ପହଞ୍ଚିଥିବା ପରେ ସେ ସେଠାରେ ରାଜନୈତିକ ଶରଣ ଲୋଡ଼ିଛନ୍ତି।

ଗୁଲାଲାଇ ପାକିସ୍ତାନରେ ଯେବେ ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାରର ବିରୋଧରେ ସ୍ଵର ଉଠାଇବାକୁ ଚେଷ୍ଟା କରିଥିଲେ ତାଙ୍କ ଉପରେ ସରକାର ଲଗାଇଥିଲା ଦେଶଦ୍ରୋହ ଆରୋପ। ୩୩ ବର୍ଷୀୟ ଇସମାଇଲ ଏବେ ନିଜ ଭଉଣୀଙ୍କ ସହ ବ୍ରୁକଲିନରେ ରହୁଛନ୍ତି। ଇସମାଇଲ ଆମେରିକା ସରକାରଙ୍କଠୁ ଶରଣ ମାଗିଛନ୍ତି। ସେ କହିଛନ୍ତି ପାକିସ୍ତାନରୁ ଖସି ଆସିଥିବା କାହାଣୀକୁ ସେ ବିସ୍ତୃତ ଭାବେ କହି ପାରିବେ ନାହିଁ। କାରଣ ଏମିତି କଲେ ଅନେକ ଲୋକଙ୍କ ଜୀବନ ବିପଦରେ ପଡ଼ିପାରେ। ଏହାଛଡା ତାଙ୍କ ଉପରେ ଲଗାଯାଇଥିବା ସମସ୍ତ ଆରୋପ ଭିତ୍ତିହୀନ ବୋଲି ସେ କହିବ ସହ ମୁଁ ପାକିସ୍ତାନୀ ସେନା ଦ୍ଵାରା ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ସ୍ଵର ଉଠାଇବାକୁ ଚେଷ୍ଟା କରିଥିଲି। ସେଥିପାଇଁ ସରକାର ମୋତେ ଫସାଇଦେଇ ଥିଲେ। 

ମତାମତ ଦିଅନ୍ତୁ ।