ପାକ୍ ସେନା ଶିବିର ଉଡ଼ାଇଲେ ଭାରତୀୟ ଯବାନ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀର ନୌସେରା ସେକ୍ଟରରେ ପାକିସ୍ତାନ କରିଥିବା ଅସ୍ତ୍ରବିରତି ଉଲ୍ଲଂଘନର ଆଜି କଡା ଜବାବ ଦେଇଛନ୍ତି ଭାରତୀୟ ସେନା। ଯବାନମାନଙ୍କ ଜବାବୀ କାର୍ଯ୍ୟାନଷ୍ଠାନରେ ଉଡିଯାଇଛି ପାକ୍ ସେନାର ଏକ ଶିବିର।

କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ପରଠାରୁ ପାକିସ୍ତାନ ଭରତ ବିରୋଧୀ ଅଭିଯାନ ଚଳାଇଛି। ସବୁଆଡୁ ନିରାଶ ହେବ ପରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଆତଙ୍କବଦୀ ପଠାଇବାକୁ ପ୍ରୟାସ କରୁଛି। ସୂଚନା ଅନୁଯାୟୀ ଆଜି ପାକ୍ ପକ୍ଷରୁ ଜମ୍ମୁ-କାଶ୍ମୀରର ନୌସେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରଯାଇଥିଲା। ସକାଳ ସାଢେ ୬ଟାରେ ନିୟନ୍ତ୍ରଣ ରେଖାରେ ଗୁଳି ବର୍ଷଣ ସହିତ କରିଥିଲା ମୋର୍ଟାର ମାଡ଼। ଏହି ଘଟଣାରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିଲେ। ଡେରାଡୁନ ନିବାସୀ ସହିଦ ଯବାନଙ୍କ ନାମ ଲାନ୍ସ ନାୟକ ସନ୍ଦୀପ ଥାପା। ତାଙ୍କୁ ୩୫ ବର୍ଷ।୧୫ ବର୍ଷରୁ ସେନାରେ କାର୍ଯ୍ୟ କରୁଥିଲେ। ଏହାର ପ୍ରତି ଜବାବରେ ଭାରତୀୟ ସେନା ରାଜୌରୀରେ ପାକ୍ ସେନାର ଏକ ଶିବିର ଉଡ଼ାଇ ଦେଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।