ପାକ ସେନା ବିମାନ ଦୁର୍ଘଟଣା, ୧୭ ମୃତ୍ୟୁ

ନୂଆଦିଲ୍ଲୀ : ଆଜି ସକାଳେ ପାକିସ୍ତାନର ରାୱଲପିଣ୍ଡିରେ ପାକ ସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ୧୨ ଜଣ ଆହତ ହୋଇଥିବା କୁହାଯାଉଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ୫ ଜଣ ସୈନିକ ଓ ସେନା କର୍ମଚାରୀ। ତେବେ ବିମାନ ଦୁର୍ଘଟଣାର କାରଣ ଜଣାପଡ଼ିନହିଁ। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରାୱଲପିଣ୍ଡିର କାଲୁ ଗାଁ ନିକଟସ୍ଥ ଜନବସତି ନିକଟରେ ଏହି ବିମାନଟି ଖସିପଡିବା ପଡିବା ପରେ ନିଆଁ ଲାଗିଯାଇଥିଲା।

ମତାମତ ଦିଅନ୍ତୁ ।