ପାଞ୍ଚଗାଁରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ଵର : ଏୟାରଫିଲ୍‌ଡ ଥାନା ଅନ୍ତର୍ଗତ ପାଞ୍ଚଗାଁରେ ସଂଘବଦ୍ଧ ଆକ୍ରମଣ ଯୋଗୁ ମୁକ୍ତିରାଜ ଗୁରୁ ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗତକାଲି ବିଳମ୍ୱିତ ରାତିରେ ମୁକ୍ତିରାଜଙ୍କୁ ତାଙ୍କ ଗାଁର କିଛି ଯୁବକ ଖଣ୍ଡା ଓ ଭୁଜାଲିରେ ଗୋଡ଼ା ଗୋଡ଼ାଇ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ହାତ ପାପୁଲି ଠାରୁ ଦୁଇ ଖଣ୍ଡ ହୋଇଯାଇଛି। ପିଠିରେ ଲାଗିଛି ଗଭୀର ଆଘାତ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏୟାର ଫିଲ୍‌ଡ ଥାନାରେ ଏନେଇ ଅଭିଯୋଗ ହୋଇଛି।

ମତାମତ ଦିଅନ୍ତୁ ।