ପାଟକୁରା: ଇଭିଏମ ଅଚଳ ଯୋଗୁ ୩ଟି ବୁଥରେ ମତଦାନ ବିଳମ୍ବ

ଭୁବନେଶ୍ଵର: କେନ୍ଦ୍ରାପଡାର ପାଟକୁରା ନିର୍ବାଚନ ପାଇଁ ମତଦାନ ଆଜି ସକାଳ ୭ ଘଟିକାରୁ ଆରମ୍ଭ ହୋଇଯାଇଛି। ବର୍ଷା ହେଉଥିଲେ ମଧ୍ୟ ଭୋଟରଙ୍କ ଉତ୍ସାହ କମିନି। ତେବେ ବଳରାମପୁରର ବୁଥ ନମ୍ବର ୨୦୧ ଓ ୨୦୨ ରେ ଇଭିଏମ ଅଚଳ ହୋଇଯିବାରୁ ମତଦାନ ବିଳମ୍ବ ହୋଇଛି। ସେହିପରି ମରିଲୋରେ ଇଭିଏମ ଅଚଳ ଯୋଗୁଁ ୧ ଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା। ନଡ଼ିଆବୋରେଇର ବିରବଳରାମପୁରରେ ସୌର ଲଣ୍ଠନ ଜଳୁନଥିବାବେଳେ ଟର୍ଚ୍ଚ ଆଲୁଅରେ ମତଦାନ କରାଯାଉଛି। କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ, ମାର୍ଶାଘାଇ ଓ ଗରଦପୁର ବ୍ଲକର ୫୧ଟି ପଂଚାୟତକୁ ନେଇ ଗଠିତ ପାଟକୁରା ଆସନରେ ୧୦ ଜଣ ବିଧାୟକ ପ୍ରାର୍ଥୀଙ୍କୁ ୨ ଲକ୍ଷ ୪୪ ହଜାର ୭୪୭ ଜଣ ମତଦାତା ଭୋଟ୍ ଦେଉଛନ୍ତି । ୩୦୯ଟି ବୁଥରେ ନିର୍ବାଚନ ପରିଚାଳନା ପାଇଁ ୧୭୦୦ ପୁଲିଂ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

ମତାମତ ଦିଅନ୍ତୁ ।