ପାଟକୁରା ଭୋଟ୍ : ଦିନ ୩ଟା ସୁଦ୍ଧା ୬୧% ମତଦାନ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାରେ ଦିନ ୩ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଥିବା ଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି । ପାଟକୁରା ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ମତଦାନ ଚାଲିଛି । ବର୍ଷା ସତ୍ତ୍ୱେ ପାଟକୁରା ଉପନିର୍ବାଚନ ପାଇଁ ଭୋଟରଙ୍କ ମଧ୍ୟରେ ମତଦାନ ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ବର୍ଷାରେ ଭିଜି ଭୋଟର ଭୋଟ୍‌ ଦେବାକୁ ପୁଲିଂ ବୁଥରେ ପହଞ୍ଚିଥିଲେ। ତେବେ ଦିନ ୧ଟା ସୁଦ୍ଧା ୪୨ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଥିଲା।

ବିଶେଷ କରି, ଯୁବ ଭୋଟରଙ୍କ ସହିତ ବରିଷ୍ଠ ନାଗରିକ ମଧ୍ୟ ମତଦାନ ପାଇଁ ପ୍ରବଳ ଆଗ୍ରହ ଦେଖାଇଛନ୍ତି । କିଛି ପୋଲିଂ ବୁଥରେ ଇଭିଏମରେ ସମସ୍ୟା କାରଣରୁ ମତଦାନ ବିଳମ୍ବ ହୋଇଥିଲା। ପାଟକୁରାର ୨୮୬ ଓ ୨୯୭ ନମ୍ବର ବୁଥରେ ଇଭିଏମ୍‌ ତ୍ରୁଟି ସଜାଡିବା ପରେ ମତଦାନ ଆରମ୍ଭ ହୋଇଛି । ଆଜି ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ଚାଲିବ । ମତଦାନ ପାଇଁ ବୁଥ୍‌ଗୁଡିକରେ ଭୋଟରଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି ।

ମତାମତ ଦିଅନ୍ତୁ ।