ପାଲଲହଡ଼ାରେ ଯୁବକଙ୍କୁ ହତ୍ୟା

ଭୁବନେଶ୍ଵର : ଅନୁଗୋଳ ଜିଲ୍ଲା ପାଲଲହଡ଼ା ଇଲେକ୍ଟ୍ରି ଅଫିସ୍‌ ଛକରେ ଉଦିତନଗର ସାହିର ନରେନ୍ଦ୍ର ବେହେରାଙ୍କୁ ହତ୍ୟା କରାଯାଇଛି। ଆଜି ସକାଳେ ଘଟିଛି ଏହି ଘଟଣା। ନରେନ୍ଦ୍ର ଚା’ ପିଇବା ପାଇଁ ରାସ୍ତାରେ ବାଇକ୍‌ ରଖି ଦୋକାନକୁ ପଶିବା ବେଳେ ଜଣେ ଯୁବକ ଏକ ମୁନିଆ ଅସ୍ତ୍ର ତାଙ୍କ ଛାତିରେ ଭୁଶି ଦେଇଥିଲା। ନରେନ୍ଦ୍ର ଜୀବନ ବଞ୍ଚାଇବାକୁ ପାଖ ଘରକୁ ଦୌଡ଼ିଯାଇଏକ ଖଟରେ ପଡ଼ି ଯାଇଥିଲେ। ପାଲଲହଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନରେନ୍ଦ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ ନରେନ୍ଦ୍ର ଏକ ନାବାଳିକା ଅପହରଣ ମାମଲାରେ ଜେଲ୍ ଯାଇ କିଛିଦିନ ପୂର୍ବରୁ ଜାମିନରେ ଆସିଥିଲେ।

ମତାମତ ଦିଅନ୍ତୁ ।