ପିଏମସି ବ୍ୟାଙ୍କରୁ ୪୦ ହଜାର ଉଠାଇ ପାରିବେ ଗ୍ରାହକ

ନୂଆଦିଲ୍ଲୀ: ଏଣିକି ପଞ୍ଜାବ୍ ଆଣ୍ଡ ମହାରାଷ୍ଟ୍ର କୋପରୋଟିଭ୍ (ପିଏମସି) ବ୍ୟାଙ୍କରୁ ଗ୍ରାହକ ୪୦ ହଜାର ଉଠାଇ ପାରିବେ। ପୂର୍ବରୁ ଟଙ୍କା ଉଠାଇବା ନେଇ ରହିଥିବା କଟକଣାକୁ ଆଜି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କୋହଳ କରିଛି। ପରବର୍ତ୍ତୀ ନିଷ୍ପତ୍ତି ଯାଏ ଏହି ନିୟମ ବଳବତ୍ତର ରହିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି। ଆରବିଆଇ ଉଠାଣ କଟକଣା କୋହଳ କରିଥିବାରୁ ୭୭% ବ୍ୟାଙ୍କ ଆକାଉଣ୍ଟଧାରୀ ପିଏମସିରେ ରଖିଥିବା ସେମାନଙ୍କ ସଂପୂର୍ଣ୍ଣ ଟଙ୍କା ଉଠାଇ ପାରିବେ। କାରଣ ୭୭% ଲୋକଙ୍କ ଆକାଉଣ୍ଟରେ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା ରହିଥିଲା।

ମତାମତ ଦିଅନ୍ତୁ ।