ପିଏମ୍‌ସି ବ୍ୟାଙ୍କ୍‌ ଠକେଇ: ମୁମ୍ବାଇର ୬ଟି ସ୍ଥାନରେ ଇଡିର ରେଡ୍

ନୂଆଦିଲ୍ଲୀ : ପଞ୍ଜାବ ଆଣ୍ଡ୍‌ ମହାରାଷ୍ଟ୍ର କୋ-ଅପରେଟିଭ୍‌ ବ୍ୟାଙ୍କ୍‌ ଜାଲିଆତି ଘଟଣାରେ ଆଜି ତଦନ୍ତକାରୀ ଏଜେନ୍‌ସି ପ୍ରବର୍ତ୍ତନ ନିର୍ଦେଶାଳୟ ମୁମ୍ବାଇର ଛଅଟି ସ୍ଥାନରେ ଚଢ଼ାଉ କରିଛି। ମୁମ୍ବାଇ ପୋଲିସ ଫାଇଲ୍‌ କରିଥିବା ଏଫ୍‌ଆଇଆର୍‌କୁ ଭିତ୍ତିକରି ବ୍ୟାଙ୍କ୍‌ ଅଧିକାରୀଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ ଏନ୍‌ଫୋର୍ସମେଣ୍ଟ୍‌ କେସ୍‌ ଇନ୍‌ଫର୍ମେସନ ରିପୋର୍ଟ ରେଜିଷ୍ଟ୍ରି କରିଛି।

ଶୁକ୍ରବାର ପିଏମ୍‌ସି ବ୍ୟାଙ୍କ୍‌ ଏବଂ ସକ୍ରିୟ ନଥିବା ରିଆଲିଟି କମ୍ପାନି ହାଉସିଙ୍ଗ୍‌ ଡେଭଲପ୍‌ମେଣ୍ଟ୍‌ ଆଣ୍ଡ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର୍‌ ଲିମିଟେଡ୍‌ ମଧ୍ୟରେ ଥିବା ସମ୍ପର୍କର ତଦନ୍ତ କରୁଥିବା ମୁମ୍ବାଇ ପୁଲିସର ଇକୋନମିକ୍ସ୍‍ ଉଇଙ୍ଗ୍‌ ଏଚ୍‌ଡିଆଇଏଲ୍‌ର ସିଇଓ ଓ ମ୍ୟାନେଜିଙ୍ଗ୍‌ ଡାଇରେକ୍ଟର୍‌ଙ୍କୁ ଗିରଫ କରିବାର ଦିନକ ପରେ ପ୍ରବର୍ତ୍ତନ ନିର୍ଦେଶାଳୟ ତଲାସ ଆରମ୍ଭ କରିଛି।

ମତାମତ ଦିଅନ୍ତୁ ।