ପିଓକେରେ ଆତଙ୍କବାଦୀଙ୍କ ରାଜ୍‌ ଚାଲୁଛି: ସେନାମୁଖ୍ୟ ରାଓ୍ଵତ୍‌

ନୂଆଦିଲ୍ଲୀ : ପାକ୍‌ ଅଧିକୃତ କଶ୍ମୀରରେ ପାକିସ୍ତାନ ସରକାରଙ୍କର ନୁହେଁ ଆତଙ୍କବାଦୀଙ୍କ ରାଜ୍‌ ଚାଲୁଛି। ଏହା କହିଛନ୍ତି ସେନାମୁଖ୍ୟ ବିପିନ ରାଓ୍ଵତ୍‌।

ଶୁକ୍ରବାର ସେନା କମାଣ୍ଡରଙ୍କ ସମ୍ମିଳନୀରେ ଯୋଗ ଦେଇ ରାଓ୍ଵତ୍‌ କହିଥିଲେ ଯେ ଯେତେବେଳେ ଆମେ ଜମ୍ମୁ-କଶ୍ମୀର ବୋଲି କହୁ, ସେଥିରେ ପାକ୍‌ ଅଧିକୃତ କଶ୍ମୀର ଓ ଗିଲଗିଟ୍‌ ବାଲ୍‌ଟିସ୍ତାନ ଆସେ। ଯାହାକୁ ଆମର ବିରୋଧୀ ଦେଶ ପାକିସ୍ତାନ ବେଆଇନ୍‌ ଭାବେ ଅକ୍ତିଆର୍‌ କରି ନେଇଛି । କିନ୍ତୁ ସେଠାରେ ପାକିସ୍ତାନର ନୁହଁ ବରଂ ଆତଙ୍କବାଦୀମାନଙ୍କର ରାଜ୍‌ ଚାଲିଛି। ଏହାଛଡା ଭାରତୀୟ ସେନାକୁ ଉନ୍ନତମାନର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇବା ନେଇ ଆମର ପ୍ରୟାସ ଜାରି ରହିଛି ବୋଲି ସେ କମାଣ୍ଡରମାନଙ୍କୁ ଜଣାଇଥିଲେ।

ମତାମତ ଦିଅନ୍ତୁ ।