ପିକଅଫ୍‌ ଭ୍ୟାନ୍‌ ଓଲଟି ୧୪ ଆହତ, ୬ ଗୁରୁତର

ଭୁବନେଶ୍ଵର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଚମ୍ପି ଗ୍ରାମପଚାଂୟତ ନିକଟ ଫଟା କାକୁଡି ଘାଟୀରେ ପିକଅପ୍‌ ଭ୍ୟାନ ଓଲଟି ୧୪ ଜଣ ଲୋକ ଆହତ ହୋଇଛନ୍ତି। ଆଜି ସନ୍ଧ୍ୟାରେ ଘଟିଛି ଏହି ଦୁର୍ଘଟଣା। ଏଥିରେ କାଶିପୁର ବ୍ଲକ କୋଡିଙ୍ଗା ଗାଁର ଡମ୍ବତି ଝୋଡିଆ, ଜାନକି ଝୋଡିଆ, ଈଶ୍ୱର ଝୋଡିଆ ଆହତ ହୋଇଛନ୍ତି। ସେହିପରି ମାଳିଚେମା ଗାଁର ସାରିଆ ପରଜା, କନ୍ଦପୁଟ ଗାଁର ତାମ୍ବ ମେଲେକା, ଦଶମନ୍ତପୁର ବ୍ଲକ ବିରିଗୁଡା ଗାଁର ଜିରମେ ମାଣ୍ଡିଙ୍ଗା, ବାରା ମାଣ୍ଡିଙ୍ଗା, କୃଷ୍ନ ମାଣ୍ଡିଙ୍ଗା, ଅରକ୍ଷୀତ ମାଣ୍ଡିଙ୍ଗା, ଲଚ ମାଣ୍ଡିଙ୍ଗା, ରାଇନା ମାଣ୍ଡିଙ୍ଗା, ତୁରୁକାଡି ମାଣ୍ଡିଙ୍ଗା ଓ ପଣସଗୁଡା ଗାଁର ଫକିର ମାଣ୍ଡିଙ୍ଗା ଓ ସନାଇ ମାଣ୍ଡିଙ୍ଗା ମଧ୍ୟ ଆହତ ହୋଇଛନ୍ତି। ୬ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜକୁ ସ୍ଥାନାନ୍ତର କରାଜାଇଛି। ଦଶମନ୍ଥପୁର ଓ କାଶିପୁର ବ୍ଲକର କିଛି ପୁରୁଷ ଓ ମହିଳା କାକିରିଗୁମା ସାପ୍ତାହିକ ହାଟକୁ ଯାଇ ଘରକୁ ଫେରିବା ବାଟରେ ଦୁର୍ଘଟଣାର ଶିକାର ହୋଇଥିଲେ।

ମତାମତ ଦିଅନ୍ତୁ ।