ପିଡିପି ନେତାଙ୍କ ସୁରକ୍ଷାକର୍ମୀଙ୍କଠାରୁ ଆତଙ୍କବାଦୀ ଛଡାଇ ନେଲେ ବନ୍ଧୁକ, କିସ୍ତୱାଡାରେ କର୍ଫ୍ୟୁ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର କିସ୍ତୱାଡାରେ ଆତଙ୍କବାଦୀମାନେ ପିଡିପିର ନେତା ନସୀରଙ୍କ ସୁରକ୍ଷାକର୍ମୀଙ୍କ ଠାରୁ ରାଇଫଲ ଛଡାଇ ନେଇଛନ୍ତି। ଏହି ଘଟଣା ପରେ ଜିଲ୍ଲାରେ ତୁରନ୍ତ କର୍ଫ୍ୟୁ ଜାରୀ କରାଯାଇଥିବା ବେଳେ ଆତଙ୍କୀମାନଙ୍କୁ ଧରିବାକୁ ସର୍ଚ୍ଚ ଅପରେଶନ ଚାଲିଛି।  

ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ କିସ୍ତୱାଡାର ସମ୍ପୂର୍ଣ୍ଣ ଅଞ୍ଚଳକୁ ହାଇ ଆଲର୍ଟରେ ରଖାଯାଇଛି। ସେନା ଓ ପୋଲିସ ଟିମ୍ ସହରରେ ସକ୍ରିୟ ରହିଥିବା ବେଳେ ଆତଙ୍କୀମାନଙ୍କୁ ଧରିବାକୁ ଘେରାବନ୍ଦୀ କରାଯାଇଛି। ଚଳିତ ବର୍ଷ କିସ୍ତୱାଡାରେ ଅସ୍ତ୍ର ଛଡାଇ ନେବା ପରି ଘଟଣା ଦ୍ଵିତୀୟ ଥର ପାଇଁ ଘଟିଛି। ମାର୍ଚ୍ଚ ୮ରେ ନକାବପୋଶ ଆକ୍ରମଣକାରୀମାନେ ଶହିଦ ମଜାର ଅଞ୍ଚଳରେ ସୁରକ୍ଷାକର୍ମୀ ଦିଲ୍ଲୀପ କୁମାରଙ୍କ ଘରେ ପସି ତାଙ୍କ ନିକଟରୁ ଏକେ-୪୭ ରାଇଫଲ ଓ ୯୦ଟି ଗୁଳି ଛଡାଇ ନେଇଥିଲେ।

ମତାମତ ଦିଅନ୍ତୁ ।