ପିଲାକୁ ତାଲା ପକାଇ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟିତ୍ରୀ

ଭୁବନେଶ୍ଵର : ପ୍ରଥମ ଶ୍ରେଣୀ ପିଲାକୁ ତାଲା ପକାଇବା ଅଭିଯୋଗରେ ପ୍ରଧାନଶିକ୍ଷୟତ୍ରୀ ନିଲମ୍ବିତ ହୋଇଛନ୍ତି। ଗଣମାଧ୍ୟମରେ ଖବର ପ୍ରସାରିତ ହେବ ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ କରିଥିଲେ ବ୍ଲକ ଶିକ୍ଷା ଅଧିକାରୀ କବିତା ଜେନା। ଅଭିଯୋଗର ସତ୍ୟତା ଥିବାରୁ ସେ ବାଲେଶ୍ୱର ସହରର ମଠସାହି ମହାବୀର ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିପ୍ରତିମା ମହାପାତ୍ରଙ୍କୁ ନିଲମ୍ବିତ କରିଥିଲେ।

ସୂଚନାଯୋଗ୍ୟ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଶାନ୍ତିପ୍ରତିମା ବୁଧବାର ସ୍କୁଲ ଛୁଟି ପରେ ବିଦ୍ୟାଳୟରେ ତାଲା ପକାଇବାକୁ ଷ୍ଟାଫଙ୍କୁ କହିଥିଲେ। ମାତ୍ର ସ୍କୁଲ ପରିସରରେ ଥିବା ଶୌଚାଳୟରେ ଜଣେ ପ୍ରଥମ ଶ୍ରେଣୀର ପିଲା ରହିଯାଇଥିଲା।

ମତାମତ ଦିଅନ୍ତୁ ।