ପିଲାଙ୍କୁ ଉପହାର ଦେଇ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଭୁବନେଶ୍ୱରର ଏସ୍‌ଓଏସ୍‌ ଭିଲେଜରେ ପିଲାଙ୍କ ସହ ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଏହି ଅବସରରେ ଛୋଟଛୋଟ ପିଲାଙ୍କ ସହିତ ନବୀନ କଥା ହୋଇଥିବା ବେଳେ ସେମାନଙ୍କୁ ଉପହାର ଦେଇଛନ୍ତି।

ଦୀପାବଳି ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଟୁଇଟ୍‌ କରି ସେ ଲେଖିଛନ୍ତି: ଦୀପାବଳି ଓ କାଳୀପୂଜାର ପବିତ୍ର ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଆଲୋକର ପର୍ବ ଦୀପାବଳିକୁ ଆନନ୍ଦ ଉଲ୍ଲାସରେ ପାଳିବା ସହିତ ଏହି ଖୁସିକୁ ଆପଣଙ୍କ ଆଖପାଖରେ ଥିବା ଅସହାୟ ଲୋକଙ୍କ ସହ ବାଣ୍ଟନ୍ତୁ। ମୋ ବିଶ୍ୱାସ ଏହା ଆପଣଙ୍କୁ ସୁବୁଠୁ ଅଧିକ ଆନନ୍ଦ ଦେବ। ଶୁଭ ଦୀପାବଳି।

ମତାମତ ଦିଅନ୍ତୁ ।