ପିଲାଙ୍କ ସହିତ ଦୀପାବଳି ପାଳିଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ

ଭୁବନେଶ୍ୱର: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଆଜି ପିଲାମାନଙ୍କ ସହିତ ଦୀପାବଳି ପାଳନ କରିଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଭୁବନେଶ୍ୱରରେ ଥିବା ଚେତନା ଗୃହକୁ ଯାଇ ମିଠା ବାଣ୍ଟିବା ସହ ଶବ୍ଦ ବିହୀନ ବାଣ ଫୁଟାଇ ଦୀପାବଳି ପାଳନ କରିଥିଲେ। ସେହିପରି ୫ଟି ସଚିବ ଭି କେ ପାଣ୍ଡିଆନ କଳିଙ୍ଗ ଷ୍ଟାଡିୟମରେ ଥିବା ସ୍ପୋର୍ଟ୍ସ ହଷ୍ଟେଲର ଅନ୍ତେବାସୀଙ୍କ ସହ ପାଳନ କରିଛନ୍ତି ଦୀପାବଳି ଉତ୍ସବ।

ଚଳିତବର୍ଷ ନିଆରା ଦୀପାବଳି ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତା ଓ ଅଫିସରଙ୍କୁ ଆହ୍ୱାନ ଦେଇଥିଲେ। ସେହିକ୍ରମରେ ରାଜ୍ୟର କୋଣ ଅନୁକୋଣରେ ଜିଲ୍ଲାପାଳ ଓ ଏସପିମାନେ ଶିଶୁ ସୁରକ୍ଷା କେନ୍ଦ୍ର ଓ ସ୍ଵଧାର ଗୃହରେ କୁନି କୁନି ଶିଶୁ, ଭିନ୍ନକ୍ଷମ ଓ ଅସହାୟ ମହିଳାଙ୍କ ସହ ଦୀପାବଳି ପାଳିଥିବା ବେଳେ ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ପିଲାମାନଙ୍କ ସହିତ ଦୀପାବଳି ପାଳନ କରିଛନ୍ତି। କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟ୍ସ ହଷ୍ଟେଲରେ ୫ଟି ସଚିବ ଭି କେ ପାଣ୍ଡିଆନ ପହଞ୍ଚି ପିଲାମାନଙ୍କୁ ମିଠେଇ ବାଣ୍ଟିବା ସହ ସେମାନଙ୍କ ସହ ବସି ଖାଇଥିଲେ। ପିଲାମାନେ କିପରି ରହୁଛନ୍ତି ସେ ବିଷୟ ପଚାରି ବୁଝିଥିଲେ। ସେମାନଙ୍କ ଆବଶ୍ୟକତାକୁ ଅନୁଭବ କରି ପୂରଣ କରିବାକୁ ଆଶ୍ୱାସନା ଦେଇଥିଲେ।

ମତାମତ ଦିଅନ୍ତୁ ।