ପୁଣି ଖୋଲିବ ୧୯୮୪ ଶିଖ ଦଙ୍ଗା ମାମଲା

ନୂଆଦିଲ୍ଲୀ : କଂଗ୍ରେସ ପାଇଁ ଏବେ ଖରାପ ସମୟ ଆସିଛି। ଗୋଟିଏ ପରେ ଗୋଟିଏ ବଡ ନେତା ବିବାଦରେ ଛନ୍ଦି ହେଉଛନ୍ତି। ପି.ଚିଦାମ୍ୱରମ ଓ ଡି.କେ.ଶିବକୁମାରଙ୍କ ବୋଧହୁଏ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପାଳି ପଡିବାକୁ ଯାଉଛି। କାରଣ ପୁଣି ଖୋଲିବାକୁ ଯାଉଛି ୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲା।

କେନ୍ଦ୍ର ଗୃହ ମନ୍ତ୍ରାଳୟ ୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲା ଖୋଲିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିବା ଶିରୋମଣୀ ଅକାଳି ଦଳର ରାଷ୍ଟ୍ରୀୟ ପ୍ରବକ୍ତା ତଥା ଦିଲ୍ଲୀ ବିଧାୟକ ମନଜିନ୍ଦର ସିଂହ ଶିରସା ଏହି ସୂଚନା ଦେଇଛନ୍ତି। ସୋମବାର ସେ କହିଛନ୍ତି କମଲନାଥ ଆଇନର ଗଳାବାଟ ଦେଇ ଦୀର୍ଘ ୩୪ ବର୍ଷ ଧରି ସେ ଗିରଫଦାରୀରୁ ବଞ୍ଚି ଆସୁଥିଲେ। ଏବେ ମଧ୍ୟପ୍ରଦେଶର ପ୍ରଥମ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ଶିଖ ଦଙ୍ଗା ମାମଲାରେ ଗିରଫ କରାଯିବ।

କମଲନାଥଙ୍କ ବିରୋଧରେ ରୁଜୁ ମାମାଲା ବିଷୟରେ ଅବଗତ କରାଇ ଶିରସା କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ ଶିଖ ଦଙ୍ଗା ଘଟଣାରେ ଏକ ନୂତନ ନୋଟିସ ଜାରି କରିଛନ୍ତି। ଯେଉଁ ମାମଲା ଗୁଡିକୁ ବନ୍ଦ କରାଯାଇଛି ଅବା ଯାହାର ଶୁଣାଣି ଶେଷ ହୋଇଛି ସେହି ମାମଲା ଗୁଡିକୁ ପୁଣି ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। 

ଶିରସା ଦର୍ଶାଇଛନ୍ତି ଯେ କମଲନାଥଙ୍କ ବିରୋଧରେ ପାର୍ସଲ ବୋମା ପଠାଇବାର କଥିତ ଅଭିଯୋଗ ରହିଛି। ଯେଉଁଥିରେ ଦୁଇଜଣ ନୀରିହ ନାଗରିକଙ୍କର ଗୁରୁଦ୍ୱାରାରେ ମୃତ୍ୟୁ ହୋଇଥିଲା। ତେଣୁ ବିଜ୍ଞପ୍ତି ଜାରି ହେବାପରେ ଏସଆଇଟି ପକ୍ଷରୁ ମାମଲାକୁ ପୁଣି ଥରେ ଖୋଲଯାଇଛି। ସାକ୍ଷୀଙ୍କୁ ସାମ୍ନାକୁ ଆସି ସାକ୍ଷ୍ୟା ଦେବା ପାଇଁ ନୋଟିସ କରାଯାଇଥିବା ବେଳେ ସଞ୍ଜୟ ପୁରୀ ଓ ମୁଖତିଆର ସିଂହ ମୁଖ୍ୟ ସାକ୍ଷୀ ଥିବା ଶିରସା ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।